ପାକିସ୍ତାନକୁ ପଞ୍ଚମ ପିଢିର ୪୦ ଲଢ଼ୁଆ ବିମାନ ବିକିବ ଚୀନ

ବେଜିଂ/ଇସଲାମାବାଦ: ଚୀନ୍‌ ଆଗାମୀ ଦିନରେ ପାକିସ୍ତାନକୁ ପଞ୍ଚମ ପିଢିର ୪୦ଟି ଅତ୍ୟାଧୁନିକ ଲଢୁଆ ବିମାନ ବିକ୍ରି କରିବ ବୋଲି ଜଣାପଡିଛି। ଯଦି ଏ ସଂକ୍ରାନ୍ତ ରାଜିନାମା ସ୍ବାକ୍ଷରିତ ହୁଏ, ତେବେ ଚୀନ ନିର୍ମିତ ଏଭଳି ଯୁଦ୍ଧ ବିମାନ ହାତେଇବାରେ ପାକିସ୍ତାନ ପ୍ରଥମ ବିଦେଶୀ ରାଷ୍ଟ୍ରର ମାନ୍ୟତା ପାଇବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଚୀନ ଇତିମଧ୍ୟରେ ଜେ-୩୫ଏ ନାମକ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ନିର୍ମାଣ କରିଥିବାବେଳେ ଏହାକୁ ନିଜର ବାୟୁସେନାରେ ସାମିଲ କରିସାରିଛି। ଆମେରିକାର ଏଫ୍‌-୩୫ ବିମାନ ସହ ଚୀନ୍‌ ନିର୍ମିତ ଏହି ବିମାନର ଯଥେ​‌ଷ୍ଟ ସାମଞ୍ଜସ୍ୟ ରହିଛି। ହଂକଂସ୍ଥିତ ସମ୍ବାଦପତ୍ର ‘ସାଉତ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ’ର ସୂଚନା ଅନୁଯାୟୀ ଆସନ୍ତା ଦୁଇବର୍ଷ ମଧ୍ୟରେ ଚୀନ୍‌ ପାକିସ୍ତାନକୁ ୪୦ଟି ଜେ-୩୫ଏ ବିମାନ ଯୋଗାଇବାର ସମ୍ଭାବନା ରହିଛି। ଏହି ବିମାନ ନିର୍ମାଣ ପାଇଁ ଚୀନ୍‌ର କାରଖାନାରେ କାର୍ୟ୍ୟ ଆଗେଇ ଚାଲିଛି। ଉକ୍ତ ବିମାନରେ ଲାଗୁଥିବା ସମସ୍ତ ଯନ୍ତ୍ରାଂଶ ଚୀନ ନିଜେ ପ୍ରସ୍ତୁତ କରୁଥିବାରୁ ନିର୍ମାଣ କାର୍ୟ୍ୟରେ ବିଳମ୍ବ ଘଟିବ ନାହିଁ ବୋଲି ଆଶା କରାଯାଉଛି। ଚୀନ୍‌ ନିକଟରୁ ଏଭଳି ବିମାନ କିଣିବାକୁ ପାକିସ୍ତାନ ବାୟୁସେନା ସବୁଜ ସଙ୍କେତ ଦେଇସାରିଛି।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ