ପାଠଶାଳାରେ ନୂଆ ବିଦ୍ୟାର୍ଥୀ

ପାଠଶାଳାରେ ଦୁଇ ବିଦ୍ୟାର୍ଥୀ। ନୂଆ ଛାତ୍ର। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଥିବା ହସ୍ତୀ ପାଠଶାଳାକୁ ଏହି ଦୁଇ ବିଦ୍ୟାର୍ଥି କଳାହାଣ୍ଡି ଓ କେନ୍ଦୁଝରରୁ ଆସିଛନ୍ତି। ଭବାନୀପାଟଣାରୁ ଆସିଥିବା ୪ ମାସର ‘ରାଧିକା’ ମାଆ ଛେଉଣ୍ଡ ହୋଇଥିବା ବେଳେ କେନ୍ଦୁଝରରୁ ଆସିଥିବା ୩ ମାସର ‘ଜଗୁ’ ଗୋଠ ଛଡ଼ା ହୋଇଥିଲେ। ଏହାପୂର୍ବରୁ ବାଲ ହସ୍ତୀ ପାଠଶାଳାରେ ଜଗା ନାମକ ଏକ ଛୋଟ ହାତୀ ଥିବା ବେଳେ ଗୋଡ଼ିବାରୀ ପାଠଶାଳାର ମୋଟ ହାତୀଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଗୋଠ ଛଡା ହେଉ ବା ଶିଶୁ ହାତୀକୁ ତାଲିମ ଦେବା ପାଇଁ କୁମାରଖୁଣ୍ଟିରେ ରହିଛି ପାଠଶାଳା। ଆସାମରୁ ଆସିଥିବା ମାହୁନ୍ତ ଓ ବିଶେଷଜ୍ଞମାନେ ହାତୀଙ୍କୁ ପାଠ ପଢ଼ାଉଛନ୍ତି। ସେଠାରେ ହାତୀମାନେ ମନଦେଇ ପାଠ ପଢ଼ୁଛନ୍ତି। ମାହୁନ୍ତଙ୍କ ସବୁ ନିର୍ଦ୍ଦେଶକୁ ପାଳନ କରୁଛନ୍ତି। ହାତୀମାନେ ସକାଳୁ ଉଠି ପ୍ରାତଃ ଭ୍ରମଣ କରୁଛନ୍ତି। ଫୁଲ୍‌ବଲ ଖେଳୁଛନ୍ତି ଓ ବ୍ୟାୟାମ୍‌ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ଆଉ ପୂର୍ବ ପରି ଚେନ୍‌ରେ ବାନ୍ଧି ରଖିବାକୁ ପଡ଼ୁନାହିଁ।
ପାଠଶାଳାରେ ତାଲିମ ନେଉଥିବା ହାତୀଙ୍କ ଦୈନିକ ଜୀବନଚର୍ଯ୍ୟା କ’ଣ? ବନ ବିଭାଗର ସୂଚନା ଅନୁସାରେ ସକାଳ ୬ଟାରେ ହାତୀ ଶାଳାରୁ ହାତୀମାନେ ବାହାରନ୍ତି। ମଣିଷଙ୍କ ପରି ସେମାନେ ଜଙ୍ଗଲ ଭିତରେ ୩ କିମି ମର୍ଣ୍ଣିଂୱାକ କରନ୍ତି। ବିନା ଚେନ୍‌ରେ ସେମାନେ ଚାଲନ୍ତି। ସାଙ୍ଗରେ ମହୁନ୍ତମାନେ ଯାହାନ୍ତି। ମର୍ଣ୍ଣିଂୱାକ୍‌ କରିବା ପରେ ସେମାନେ ହାତୀ ଶାଳାକୁ ଫେରନ୍ତି। ସେଠାରେ ଅଧ ଘଣ୍ଟାଏ ବିଶ୍ରାମ ନିଅନ୍ତି। ବ୍ରେକ୍‌ଫାଷ୍ଟରେ ସେମାନଙ୍କୁ କଦଳୀ, ନଡ଼ିଆ, କଦଳୀ ଗଛ, ବତୁରା ହୋଇଥିବା ଗହମ ଖାଇବାକୁ ଦିଆଯାଇଥାଏ।

ବ୍ରାକ୍‌ଫାଷ୍ଟ ଖାଇବା ପରେ ହାତୀମାନେ ଅଧ ଘଣ୍ଟାଏ ବିଶ୍ରାମ ନିଅନ୍ତି। ତା’ପରେ ସେମାନେ ଜଙ୍ଗଲକୁ ଯାଆନ୍ତି। ଜଙ୍ଗଲରେ ୭ କିମି ପର୍ଯ୍ୟନ୍ତ ଯାହାନ୍ତି ଓ ଡାଳ ପତ୍ର ଖାଇ ଥାଆନ୍ତି। ସେମାନଙ୍କ ସହିତ ମାହାନ୍ତୁ, ସହକାରୀ ମାହୁନ୍ତ ଓ ବନ ବିଭାଗ କର୍ମଚାରୀମାନେ ଯାଇଥାଆନ୍ତି। ଅପରାହ୍ନ ପ୍ରାୟ ସାଢ଼େ ୧୨ରୁ ଗୋଟାଏ ବେଳେ ଫେରିଲା ବେଳେ କୁମ୍ଭାରଖୁଣ୍ଟି ଡ୍ୟାମ୍‌ରେ ଗାଧୋଇ ଥାଆନ୍ତି। ଖରାଦିନରେ ସେମାନେ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ଗାଧୋଇ ଥାଆନ୍ତି।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ