ଭୁବନେଶ୍ବର: ପାରାଦୀପ ନିର୍ବାଚନ ମଣ୍ଡଳୀରେ ମାଛ ଚାଷୀ ଓ ଖାଉଟିଙ୍କ ସୁବିଧା ପାଇଁ ଏକ ଅତ୍ୟାଧୁନିକ ତଥା ସ୍ୱଚ୍ଛ ମାଛ ବଜାର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ବାଇଁ। ପ୍ରକଳ୍ପ ପାଇଁ ହସ୍ତକ୍ଷେପ କରିବା ସହ ତୁରନ୍ତ ସମ୍ବଳ ଆବଣ୍ଟନ ପାଇଁ ସେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଅନୁରୋଧ କରିଛନ୍ତି। ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ନଦୀ ରହିଥିବା ବେଳେ ଏହା ବଙ୍ଗୋପସାଗର କୂଳରେ ଅବସ୍ଥିତ। ତେଣୁ ଏଠାରେ ପ୍ରଚୁର ପରିମାଣରେ ସାମୁଦ୍ରିକ ମାଛ ଉପଲବ୍ଧ ହୋଇଥାଏ। ଏହି ଅଞ୍ଚଳରେ ଜନସଂଖ୍ୟାର ଏକ ବଡ଼ ଭାଗ ମାଛ ଧରିବା ଓ ଏହାର ବ୍ୟବସାୟ ଉପରେ ନିର୍ଭର କରି ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ଏହା ସହ ସ୍ଥାନୀୟ ଲୋକଙ୍କ ନିତିଦିନିଆ ଖାଇବାରେ ମାଛ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ତେବେ ବର୍ତ୍ତମାନ ପାରାଦୀପରେ ଥିବା ମାଛ ବଜାରଗୁଡ଼ିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ସେଠାରେ ସ୍ୱଚ୍ଛତାର ଅଭାବ ରହିବା ସହ ଭିତ୍ତିଭୂମି ମଧ୍ୟ ଦୁର୍ବଳ ରହିଛି। ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ମାଛର ଗୁଣବତ୍ତା ହ୍ରାସ ପାଉଛି, ଯାହା ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ତେଣୁ ଏକ ଆଧୁନିକ ସ୍ବଚ୍ଛ ମାଛ ବଜାର ପ୍ରତିଷ୍ଠା କରିବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରସ୍ତାବ ଦେଇଛନ୍ତି।
ବେଳାଭୂମିରେ ମଦ ବିକିପାରିବ ଓଟିଡିସି
ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…




