ପାରାଦୀପ ଗଲେ ବିଜେପି ବିଧାୟକ

ଭୁବନେଶ୍ଵର : ସୋମବାର ରାଜ୍ୟସଭା ନିର୍ବାଚନ। ହେଲେ ସଭିଙ୍କୁ ଘାରିଛି ଘୋଡ଼ା ବେପାରର ଭୟ। ଭୋଟ ନାକଚ ଭୟ। ଏହାରି ଭିତରେ ବିଜେପି ବିଧାୟକ ଯାଇଛନ୍ତି ପାରାଦୀପ। ଭୁବନେଶ୍ଵରରୁ ଦୁଇଟି ସ୍ଵତନ୍ତ୍ର ବସରେ ଯାଇଛନ୍ତି। ରାଜ୍ୟସଭା ପ୍ରାର୍ଥୀଙ୍କୁ କେମିତି ଭୋଟ୍ ଦିଆଯିବ ତାର ଟ୍ରେନିଂ ବିଧାୟକଙ୍କୁ ସେଠାରେ ଦିଆଯିବ। ସେଠାରୁ ସୋମବାର ସକାଳେ ବିଧାୟକମାନେ ବିଧାନସଭାରେ ପହଞ୍ଚିବେ । ଆଉ ରାଜ୍ୟସଭା ପାଇଁ ପ୍ରାର୍ଥୀଙ୍କୁ ଭୋଟ ଦେବେ।

ବିଜେପିର ଅଧିକାଂଶ ବିଧାୟକ ନୂଆଁ କରି ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ସେମାନେ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବାକୁ ଯାଉଛନ୍ତି। ରାଜ୍ୟରେ ଯେଉଁଭଳି ଭାବେ ଚତୁର୍ଥ ଆସନକୁ ନେଇ ଶାସକ ଓ ବିରୋଧୀ ପାର୍ଟି ମଧ୍ୟରେ ଟକ୍କର ଚାଲିଛି। ସେଥିରେ ପ୍ରତିଟି ବିଧାୟକଙ୍କ ଭୋଟ୍ ବହୁ ମୂଲ୍ୟବାନ। ଭୋଟ୍ ଯେମିତି ନାକଚ ନ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ବିଜେପି ନିଜ ବିଧାୟକଙ୍କୁ ଉପଯୁକ୍ତ ଟ୍ରେନିଂ ଦେବାକୁ ପାରାଦୀପ ନେଇଛି। ସେଠାରେ ଦଳୀୟ ସଭାପତିଙ୍କଠୁ ନେଇ କ୍ୟାବିନେଟ୍ ମନ୍ତ୍ରୀ ସମସ୍ତେ ଉପସ୍ଥିତ ରହିବେ।

ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ରାଜ୍ୟସଭା ନେଇ ବୈଠକ ବସିଥିଲା । ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ସମସ୍ତ ବିଧାୟକ ଏଥିରେ ଉପସ୍ଥିତ ରହିଥିଲେ । ଏହା ପରେ ବିଧାୟକ ମାନଙ୍କୁ କେମିତି ଭୋଟ ଦିଆଯିବ ସେ ନେଇ ଟ୍ରେନିଂ ଦିଆଯାଇଥିଲା । ଟ୍ରେନିଂ ପରେ ସବୁ ବିଧାୟକ ବସରେ ବସି ପାରାଦ୍ୱୀପ ଏକ ତାରକା ହୋଟେଲକୁ ବାହାରିଥିଲେ।

  • Related Posts

    ଦିଲ୍ଲୀରୁ ଫେରିଲେ ମନମୋହନ, ବିମାନବନ୍ଦରରେ ବିପୁଳ ସ୍ବାଗତ

    ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ ପରେ ଓଡ଼ିଶା ଫେରିଛନ୍ତି ମନମୋହନ ସାମଲ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଏକାଠି ହୋଇଛନ୍ତି। ପାରମ୍ପରିକ ଢୋଲ, ବାଜା ବଜାଇ…

    Continue reading
    ବିଜେଡିରୁ ନିଲମ୍ବିତ ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ

    ଭୁବନେଶ୍ବର : ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ। ସେହିପରି ମୁକ୍ତିକାନ୍ତଙ୍କ ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ