ପୁଣି ମାତିଲେ ଲୁଟେରା:ନେଇଗଲେ ୨୦ ଭରି ସୁନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା। ଘରର ଝରକା ତାଡ଼ି ଘରେ ପଶି କଳାକନା ବୁଲାଇଦେଲେ। ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଯାଇଥିବା ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି।ଗତକାଲି ରାତିରେ ଲୁଟେରାମାନେ ଇନଫୋସିଟି ଥାନା ଅନ୍ତର୍ଗତ ଶ୍ରୀ ଗଣେଶ ବିହାରରେ ରହୁଥିବା ବଂଶୀଧର ଗଉଡଙ୍କ ଘରେ ପଶିଥିଲେ। ଆଲମାରି ଭାଙ୍ଗି ଘରୁ ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ଗଣେଶ। ଇନଫୋସିଟି ଥାନା ପୁଲିସ ଘଟଣାର ତଦନ୍ତ କରୁଛି।ବଂଶୀଧର ଗଉଡ କହିଛନ୍ତି, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆମେ ସ୍ୱାମୀସ୍ତ୍ରୀ ଘରେ ଶୋଇଥିଲୁ। ଏହି ସମୟରେ କିଛି ଲୁଟେରା ଝରକା ତାଡ଼ି ଘରେ ସୁନାଗହଣା ଲୁଟି ନେଇଥିଲେ। ଆଜି ସକାଳେ ଆମ ଘରର ଜିନଷ ପତ୍ର ଏଣେତେଣେ ପଡ଼ିଥିବାବେଳେ ଆଲମାରି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲୁ। ଏଥିସହ ଆଲମାରିରେ ଗହଣା ନଥିବା ଦେଖିଥିଲୁ। ପରେ ଏନେଇ ଆମେ ଥାନାରେ ଅଭିଯୋଗ କରିଥିଲୁ ।

  • Related Posts

    ଘରେ ଫାଟିଲା ଗ୍ୟାସ ଟାଙ୍କି ; ୩ ଆହତ

    ଖଇରା : ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ସାରଡାଙ୍ଗ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣ ଆହତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି। ସୂଚନାନୁଯାୟୀ, ମନୋରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ରୋଷେଇ…

    Continue reading
    ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

    କଟକ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। କଟକ ଜିଲ୍ଲା ବଡ଼ମ୍ବା ଥାନା କୁସାପାଳ ଗାଁର ନରେଶ ନାୟକଙ୍କର ମୃତ୍ୟୁ ହୋଇଛି। ତେବେ ସ୍ଥାନୀୟ ନରେଇଜାନୀ ନିକଟରେ ଥିବା ଏକ ଫାର୍ମ ହାଉସ ରେ ଗତକାଲି ରାତ୍ରିରେ ହାତୀ ପଶିଥିଲା।ହାତୀ ଘଉଡାଇବାକୁ ଯାଇଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ