ପୁରୀକୁ ବିଶ୍ୱସ୍ତରୀୟ ଧାର୍ମିକ ସହର ଭାବେ ଗଢ଼ି ତୋଳାଯିବ — ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ ଅକ୍ଟୋବର ୨୦୨୫: ପୁରୀ ଠାରେ କାର୍ତ୍ତିକ ହବିଷ୍ୟାଳି ବ୍ରତ ୨୦୨୫ ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପସ୍ଥିତ ରହି ହବିଷ୍ୟାଳି ମା’ମାନଙ୍କ ସହ ମିଶିଥିଲେ ଏବଂ ଏହି ଅବସରରେ ସେ କହିଥିଲେ ଯେ ହବିଷିଆଳୀ ମା’ମାନଙ୍କ ଭକ୍ତି ହେଉଛି ଓଡ଼ିଶାର ନୈତିକ ଶକ୍ତି ଓ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ଜୀବନ୍ତ ପ୍ରତୀକ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାର୍ତ୍ତିକ ମାସ ହେଉଛି ଆତ୍ମସଂଯମ, କରୁଣା ଓ ଭକ୍ତିର ମାସ ଭାବରେ ଓଡ଼ିଆ ସଂସ୍କୃତିରେ ବିଶେଷ ଗୁରୁତ୍ୱ ରଖେ। ସେ ଉଲ୍ଲେଖ କରିଥିଲେ ଯେ ଓଡ଼ିଆ ମା’ମାନେ ଶତାବ୍ଦୀ ଧରି ହବିଷ ପାଳନ କରି ଆସୁଛନ୍ତି ଓ ଏହି ପାରମ୍ପରିକତା ଓଡ଼ିଶାର ନୈତିକ ଶକ୍ତିକୁ ପ୍ରତିନିଧିତ୍ୱ କରେ।

ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଆଗାମୀ ବର୍ଷରୁ ହବିଷିଆଳୀ ମା’ମାନଙ୍କ ପାଇଁ ସମର୍ପିତ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ, ଯେଉଁଥିରେ ଚିକିତ୍ସା ଓ ଜରୁରୀ ସେବା ଉପଲବ୍ଧ ରହିବ।

ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ ପୁରୀ କେବଳ ଏକ ଧର୍ମୀୟ ସ୍ଥାନ ନୁହେଁ, ଏହା ଓଡ଼ିଆ ଭକ୍ତି ଓ ଆସ୍ଥାର ପ୍ରତୀକ। ସରକାର ପୁରୀକୁ ବିଶ୍ୱସ୍ତରୀୟ ଧାର୍ମିକ ସହର ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ସହରକୁ ମହାନଗର ନିଗମ ଭାବେ ଘୋଷଣା ତାହାର ପ୍ରଥମ ପଦକ୍ଷେପ।

ସେ ଆଶା ବ୍ୟକ୍ତ କରିଥିଲେ ଯେ ହବିଷିଆଳୀ ମା’ମାନଙ୍କ ଭକ୍ତି ଓ ପ୍ରାର୍ଥନା ଓଡ଼ିଶାକୁ ଆଶୀର୍ବାଦ କରିବ ଏବଂ ସମାଜକୁ ଶାନ୍ତି, ପଥରେ ଆଗେଇ ନେବ।

ସେ କହିଥିଲେ ଯେ ଚଳିତ ବର୍ଷ ପ୍ରାୟ ୨ ହଜାର ୫୦୦ ହବିଷିଆଳୀ ମା’ମାନଙ୍କ ପାଇଁ ସରକାର ପକ୍ଷରୁ ୫ଟି ନିର୍ଦ୍ଧାରିତ ସ୍ଥଳରେ — ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ ଓ ମୋଚିସାହି କଲ୍ୟାଣ ମଣ୍ଡପ — ରହିବା ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ସରକାର ପକ୍ଷରୁ ପ୍ରାୟ ୩ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଓ ଏହା ଗତ ବର୍ଷ ତୁଳନାରେ ୭୦ ଲକ୍ଷ ଅଧିକ ଥିବା ତଥ୍ୟ ମୁଖ୍ୟମନ୍ତ୍ରୀ ଦେଇଥିଲେ।

ସେ ଆହୁରି କହିଥିଲେ ଯେ କାର୍ତ୍ତିକ ବ୍ରତ ହବିଷିଆଳୀ ଯୋଜନାକୁ ନିରନ୍ତର ସୁଦୃଢ଼ କରାଯାଉଛି ଏବଂ ସମସ୍ତ ସ୍ଥାନରେ ସ୍ୱେଚ୍ଛାସେବୀ, ପୋଲିସ, ଡାକ୍ତର ଓ ସହାୟତାର ବ୍ୟବସ୍ଥା ହୋଇଛି, ଯାହା ହବିଷିଆଳୀ ମା’ମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆବଶ୍ୟକ।

ବକ୍ତବ୍ୟ ଶେଷରେ ସେ ସମସ୍ତଙ୍କୁ ଜଗନ୍ନାଥ ଧର୍ମର ଶିକ୍ଷା ଅନୁସରଣ କରିବାକୁ ଆହ୍ୱାନ କରିଥିଲେ ଓ ସମସ୍ତ ହବିଷିଆଳୀ ମା’ମାନଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସେମାନଙ୍କ ସହ ଫୋଟୋ ଉଠାଇବା ସହିତ ମାଆ ମାନଙ୍କ ସୁବିଧା ଅସୁବିଧା ବୁଝି କଥା ହୋଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସାଂସଦ, ଡାକ୍ତର ସମ୍ବିତ ପାତ୍ର, ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ପୁରୀ ସଦର ବିଧାୟକ, ଶ୍ରୀ ସୁନିଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା,
ଶ୍ରୀମତୀ ଉପାସନା ମହାପାତ୍ର, ଜିଲ୍ଲାପାଳ, ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ, ଶ୍ରୀ ଓମ୍‌ ପ୍ରକାଶ ମିଶ୍ର ସ୍ୱାଗତଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ, ଶ୍ରୀ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

  • Related Posts

    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading
    ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

    * ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ