ପୁଲିସ ସବ୍‌ଇନ୍ସପେକ୍ଟର ଅମିତ ପାଢ଼ୀ ଗିରଫ

ଜଗତସିଂହପୁର: ନାବାଳିକାଙ୍କୁ ବିବାହ କରି ଶାରୀରିକ ଓ ମାନସିକ ନିର୍ୟାତନା ଦେଇଥିବା ଅଭିଯୋଗରେ ପୁଲିସ ସବ୍‌ଇନ୍ସପେକ୍ଟର ଅମିତ ପାଢ଼ୀ ଗିରଫ ହୋଇଛନ୍ତି । ଜିଲ୍ଲା ପୁଲିସ ମୁଖ୍ୟାଳୟର ସ୍ପେସାଲ ସ୍କ୍ୱାଡ୍‌ ବିଶାଖାପାଟଣାରୁ ତାଙ୍କୁ କାବୁ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ । ତାଙ୍କୁ ପୁରୀ ଏସପି ନିଲମ୍ବିତ କରିଛନ୍ତି । କୋର୍ଟଙ୍କ ପକ୍ଷରୁ ତାଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନ୍‌ ଜାରି କରାଯାଇଥିଲା । ଅଭିଯୁକ୍ତ ଜଣେ ପୁଲିସ ଏସ୍‌ଆଇ ଥିବାରୁ ଜଗତସିଂହପୁର ପୁଲିସ ତାଙ୍କୁ ଘଣ୍ଟ ଘୋଡ଼ାଯାଉଥିବା ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ମା’ । ମାମଲାର ତଦନ୍ତକାରୀ ଅଫିସର ଜଗତସିଂହପୁର ଥାନାର ଅତିରିକ୍ତ ଥାନାଧିକାରୀ ଦିଲୀପ କୁମାର କାଣ୍ଡି ନିକଟରେ ବାଲେଶ୍ୱର ଯାଇ ଛାନ୍‌ଭିନ୍‌ କରିଥିଲେ । ଅଭିଯୁକ୍ତ ଏସ୍‌ଆଇ ଫେରାର ଥିବାରୁ ଗିରଫ ହୋଇପାରି ନଥିଲେ । ପୀଡ଼ିତା ନାବାଳିକାଙ୍କ ମା’ ତିନି ପୃଷ୍ଠାର ଏତଲାରେ କେବଳ ଅମିତ୍‌ ନୁହନ୍ତି ଅନେକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ଜଗତସିଂହପୁର ଥାନା ଅଞ୍ଚଳର ଏହି ନାବାଳିକାଙ୍କ ବୟସ ମାତ୍ର ୧୫ ବର୍ଷ । ସେ ଦଶମ ଶ୍ରେଣୀରେ ପଢ଼ିବା ସମୟରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ରତେଇ ଗ୍ରାମର ଅମିତ୍‌ ପାଢୀଙ୍କ ସଂସ୍ପର୍ଶରେ ଆସିଥିଲେ । ୨୦୨୩ ମସିହା ଅଗଷ୍ଟ ୧୨ ତାରିଖରେ ନାବାଳିକା ଜଣଙ୍କ ଅମିତ୍‌ଙ୍କ କଥାରେ ପଡ଼ି ଜଗତସିଂହପୁରରୁ ମୟୂରଭଞ୍ଜକୁ ଚାଲି ଯାଇଥିଲେ । ୨୦୨୩ ଅଗଷ୍ଟ ୨୫ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ଆଳ କରି ନାବାଳିକାଙ୍କୁ ସେଠାରେ ଅଟକାଇ ରଖି ଅମିତ୍‌ ବାରମ୍ବାର ଶାରୀରିକ ସଂପର୍କ ରଖି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ପରେ ମୟୂରଭଞ୍ଜରୁ ଭୁବନେଶ୍ୱର ଆଣି ମାଷ୍ଟରକ୍ୟାଣ୍ଟିନ୍‌ ପାଖରୁ ବସ୍‌ରେ ବସାଇ ନାବାଳିକାଙ୍କୁ ଜଗତସିଂହପୁରକୁ ପଠାଇ ଦେଇଥିଲେ ଅମିତ୍‌ । ପରବର୍ତ୍ତୀ ସମୟରେ ଅମିତ୍‌ଙ୍କ କଥାରେ ପଡ଼ି ପରିବାର ଲୋକଙ୍କୁ ନକହି ସାଙ୍ଗ ଘରକୁ ବାହାନା ଦେଖାଇ ଭୁବନେଶ୍ୱର ଆସିଥିଲେ । ମାର୍ଚ୍ଚ ମାସ ୧୮ରେ ନାବାଳିକାଙ୍କୁ ଭୁବନେଶ୍ୱରରୁ ରାୟଗଡ଼ା ନେଇଯାଇଥିଲେ ଅମିତ୍‌ । ରାୟଗଡ଼ାର ଏକ ମନ୍ଦିରରେ ଉଭୟ ବିବାହ କରିଥିଲେ । ସେ ସମୟରେ ଅମିତ୍‌ ରାୟଗଡ଼ାର ଗୁଣୁପୁର ଥାନାରେ କାର୍ୟ୍ୟରତ ଥିଲେ । ଗତବର୍ଷ ଜୁଲାଇରେ ଅମିତ୍‌ ନିଜ ଘର ବାଲେଶ୍ୱର ରତେଇକୁ ନାବାଳିକାଙ୍କୁ ଆଣିଥିଲେ । ପୁନର୍ବାର ଓଡ଼ିଆ ରୀତିନୀତିରେ ଏଠାରେ ଉଭୟଙ୍କ ବିବାହ ସଂପନ୍ନ ହୋଇଥିଲା । ପରେ କିନ୍ତୁ ନାବାଳିକାଙ୍କୁ ନିର୍ୟାତନା ଦେଇଥିଲେ । ଏନେଇ ଜଗତସିଂହପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତାଙ୍କ ମା’ । ଏତଲା ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି ।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ