ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପୁଣି ଭିଡ଼ ଲାଗିଲାଣି

ଭୁବନେଶ୍ୱର : ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚ ଆରମ୍ଭ ହୋଇଛି । ଟୋଲଗେଟ୍ ପାର୍ କଲେ, ମୋଟା ଅଙ୍କର ଇ-ଚାଲଣ କଟୁଛି । ହଜାରେ କି ଦୁଇ ହଜାର ନୁହେଁ, ଏକାବେଳକେ ୧୦ ହଜାର ଟଙ୍କା ଜରିମାନାର ମେସେଜ ଆସୁଛି । ଜରିମାନା ବକେୟା ଥିଲେ, ଯାଞ୍ଚ କେନ୍ଦ୍ରରେ ପିୟୁସିସି ସାର୍ଟିଫିକେଟ୍ ବି ମିଳୁନି ।ପ୍ରଦୂଷଣ ସାର୍ଟିଫିକେଟ୍ କଷଣରେ ଜର୍ଜରିତ ହେଲେଣି ରାଜ୍ୟବାସୀ । ପୁଣି ଭିଡ଼ ଲାଗିଲାଣି ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ । ଗାଡ଼ି ଚାଳକଙ୍କୁ ଭୟ ଘାରିଲାଣି, ଆମ ମୁଣ୍ଡରେ ୧୦ ହଜାର ଟଙ୍କାର ଚଡ଼କ ପଡ଼ିବନି ତ? ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ତଥାପି ପିୟୁସିସି ଜରିମାନାର ମାତ୍ରା କମାଇବାକୁ ମନ ବଳାଉ ନାହାନ୍ତି ସରକାର । ୨ ମାସ ଧରି ପ୍ରସ୍ତାବକୁ ନେଇ କେବଳ ତର୍ଜମା ଚାଲିଛି । ପ୍ରସ୍ତାବରେ ଏଯାଏଁ ମୋହର ବାଜି ପାରିନି ।
ରାଜ୍ୟରେ ଦ୍ରୁତଗତି ଗାଡି଼ଚାଳନାକୁ ନେଇ ସଦ୍ୟ ପ୍ରକାଶିତ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଉଦ୍ବେଗ ପ୍ରକାଶ ପାଇଥିଲା । ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଦ୍ରୁତଗତି ଯୋଗୁଁ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ୁଛି । ଦୁର୍ଘଟଣାଜନିତ ମୃତ୍ୟୁର ଗ୍ରାଫ୍ ବି ଉପରମୁହାଁ ହେଉଛି । ଏହାକୁ ରୋକିବାକୁ ହେଲେ, କାର୍ଯ୍ୟାନୁଷ୍ଠାନ ସହ ଜରିମାନାକୁ ଅଧିକ ଗୁରୁତ୍ୱ ଦେବାକୁ ହେବ । ଏଥିପାଇଁ ପରିବହନ ବିଭାଗକୁ ମଧ୍ୟ ସୁପାରିସ କରାଯାଇଥିଲା ।କିନ୍ତୁ ଏଭଳି ଗୁରୁତର ନିୟମ ଉଲ୍ଲଂଘନକୁ ପରିବହନ ବିଭାଗ ଆଦୌ ଗୁରୁତ୍ୱ ଦେଉନାହିଁ । ଦ୍ରୁତଗତି ବାବଦକୁ ଜରିମାନାର ମାତ୍ରା ଢ଼େର୍ କମ ଅଛି । ମୋଟର ଯାନ ଆଇନ ମୁତାବକ, ଦ୍ରୁତଗତି ପାଇଁ ୨୦୦୦ ଟଙ୍କା ଇ-ଚାଲାଣ କଟାଯାଉଛି । ଓଲଟି ପ୍ରଦୂଷଣ ପ୍ରମାଣପତ୍ର ଓ ପରମିଟ୍ ବାବଦରେ ଟିକେ ଉଲମ ବିଲମ ହେଲେ, ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ଗାଡି଼ଚାଳକ । ୫ ଗୁଣା ଅଧିକ ଜରିମାନା ଭରିବା ବାଧ୍ୟତାମୂଳକ ।ଖୋଦ୍ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦୂଷଣ ବାବଦକୁ ଜରିମାନା କମାଇବାକୁ ଆଗ୍ରହ ଦେଖାଇଥିଲେ । ମନ୍ତ୍ରୀ ଜାନୁଆରୀ ମାସରେ ଗଣମାଧ୍ୟମକୁ କହିଥିଲେ ଯେ ଅନ୍ୟ ରାଜ୍ୟଗୁଡ଼ିକରେ କମ୍ ମାତ୍ରାରେ ଜରିମାନା ଆଦାୟ କରାଯାଉଛି । ପୂର୍ବ ସରକାରଙ୍କ ଅମଳରେ ପ୍ରଦୂଷଣ ନିୟମ ଉଲଂଘନ ବାବଦକୁ ଜରିମାନା ମାତ୍ରା ବଢ଼ା ଯାଇଥିଲା । କିନ୍ତୁ ଆମ ସରକାରରେ ଜରିମାନାକୁ ଢ଼େର୍ କମାଇଦେବୁ ବୋଲି ସେ ଦମ୍ଭୋକ୍ତି ଦେଖାଇଥିଲେ ।ମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତିକୁ ୨ ମାସ ବିତିଲାଣି । ତଥାପି ପ୍ରଦୂଷଣ ବାବଦକୁ ଜରିମାନା କମାଇବା ନେଇ ନାଁ ଗନ୍ଧ ଉଠୁନି । ଏନେଇ ପଚାରିଲେ, କେହି ସଠିକ୍ ଉତ୍ତର ଦେଉନାହାନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ଗୋଟିଏ ଉତ୍ତର ମିଳୁଛି, ତର୍ଜମା ଚାଲିଛି । ମାସ ମାସ ଧରି କେଉଁ ପ୍ରକାରର ତର୍ଜମା କରାଯାଉଛି ଯେ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରୁନି ପରିବହନ ବିଭାଗ ବୋଲି ପ୍ରଶ୍ନ ଉଠିଛି ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ