ଫାଇଲେରିଆ ନିରାକରଣ: ଅଗଷ୍ଟ ୧୦ରୁ ସାମୁହିକ ଔଷଧ ସେବନ କାର୍ୟ୍ୟକ୍ରମ

ଭୁବନେଶ୍ୱର:ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ୟ୍ୟକ୍ରମ (ଏମ୍‌ଡିଏ) ୧୦ ଅଗଷ୍ଟ (ରବିବାର) ଠାରୁ ଆରମ୍ଭ ହେବ । ଏହି ସାମୂହିକ ଔଷଧ ସେବନ କାର୍ୟ୍ୟକ୍ରମରେ ୧କୋଟି ୭ ଲକ୍ଷ ଜଣଙ୍କୁ ଫାଇଲେରିଆ ନିରୋଧୀ ଔଷଧ ଦିଆଯିବ । କାର୍ୟ୍ୟସୂଚୀ ଅନୁଯାୟୀ, ଅନୁଗୋଳ,ବାଲେଶ୍ଵର, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲାରେ ୧୦ରୁ ୧୯ ତାରିଖ ମଧ୍ୟରେ ସାମୂହିକ ଔଷଧ ସେବନ କାର୍ୟ୍ୟକ୍ରମ ସହିତ ଜାତୀୟ କୃମିନାଶକ ଦିବସ(ଏନ୍‌ଡିଡି) କାର୍ୟ୍ୟକ୍ରମର ଦ୍ଵିତୀୟ ପର୍ୟ୍ୟ।ୟ ଅନୁଷ୍ଠିତ ହେବ । ଫାଇଲେରିଆ ନିରାକରଣ ପାଇଁ ଏହି ୧୨ଟି ଜିଲ୍ଲାର ୧୧୫ ଟି କାର୍ୟ୍ୟାନ୍ୱୟନ ୟୁନିଟ ରେ ଏହି କାର୍ୟ୍ୟକ୍ରମ କାର୍ୟ୍ୟକାରୀ ହେବ । ସାମୂହିକ ଔଷଧ ସେବନ କାର୍ୟ୍ୟକ୍ରମ ଅଧୀନରେ ୩ଟି ଔଷଧ ଯଥା – ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ ବଟିକା ଖାଇବାକୁ ଦିଆଯିବ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥଙ୍କୁ ଏହି ଔଷଧ କୁ ଖାଇବାକୁ ବାରଣ କରାଯାଇଛି । ଏହି କାର୍ୟ୍ୟକ୍ରମରେ ୪୧ ,୦୦୦ ଡ୍ରଗ ଆଡ୍‌ମିନିଷ୍ଟ୍ରେଟର ନିୟୋଜିତ ହୋଇଛନ୍ତି। ସେମାନଙ୍କ କାର୍ୟ୍ୟକୁ ତଦାରଖ କରିବା ପାଇଁ ୪୧୦୦ ଜଣ ପର୍ୟ୍ୟବେକ୍ଷକ ରହିଛନ୍ତି ବୋଲି ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ଆଶା, ଅଙ୍ଗନୱାଡି, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟ ସ୍ବେଚ୍ଛାସେବୀଙ୍କୁ ଡ୍ରଗ୍ ଆଡମିନିଷ୍ଟ୍ରେଟର ଭାବେ ଚିହ୍ନଟ କରାଯାଇଛି। ସେମାନେ ପ୍ରତ୍ୟେକ ଘରକୁ ଘର ଯାଇ ଏମ୍‌ଡିଏ ଔଷଧ ସେବନ କରାଇବେ । ଅନ୍ତତଃ ୯୦ ପ୍ରତିଶତ ଲୋକ ଡ୍ରଗ ଆଡମିନିଷ୍ଟ୍ରେଟରଙ୍କ ସମ୍ମୁଖରେ ଔଷଧ ଖାଇବାର ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି। ସମସ୍ତଙ୍କୁ ଔଷଧ ଖୁଆଇବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ହୋଇଥୁବାରୁ ବିଭିନ୍ନ ବିଭାଗ ଭିତରେ ସମନ୍ଵୟ, ସହଯୋଗ, ସମର୍ଥନ ନିହାତି ଆବଶ୍ୟକ ବୋଲି ସେ କହିଥିଲେ । ସମ୍ମିଳନୀରେ ସ୍ଵାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର , ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଦିଲୀପ କୁମାର ପଣ୍ଡା , ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ରାଜ୍ୟଶ୍ରୀ ପଟ୍ଟନାୟକ, ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡା. ସୁଚିତ୍ରା ସାସମଲ, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଭାକର ସାହୁ , ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରମିଳା ବରାଳ, ଯୁଗ୍ମ ନିର୍ଦ୍ଦେଶକ ଶୁଭାଶିଷ ମହାନ୍ତିଙ୍କ ସହିତ ବିଭାଗୀୟ ଅଧିକାରୀ, ବୈଦ୍ୟୁତିକ ଏବଂ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏମ୍‌ଡିଏ କାର୍ୟ୍ୟକ୍ରମରେ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ବିଦ୍ୟାଳୟ ଏବଂ ଗଣଶିକ୍ଷା, ଉଚ୍ଚଶିକ୍ଷା, ମିଶନ ଶକ୍ତି, ମହିଳା ଏବଂ ଶିଶୁ ବିକାଶ, ଶିଳ୍ପ, ଇସ୍ପାତ ଏବଂ ଖଣି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ଗୃହ ଓ ନଗର ଉନ୍ନୟନ ଇତ୍ୟାଦି ବିଭାଗକୁ ଅନୁରୋଧ କରାଯାଇଥିବା ସୂଚନା ଦିଆଯାଇଛି।

  • Related Posts

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଭୁବନେଶ୍ୱର: ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ…

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    କୋରାପୁଟ: ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ଯାଉଛି । ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ