ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍‌କା

ଭୁବନେଶ୍ଵର : ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍‌କା। ଆନ୍ଧ୍ରର ଦାବିକୁ ସ୍ଵୀକାର କରି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଗେଜେଟ ନୋଟିଫିକେଶନ। ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ମିଳିଲା ଅନୁମତି। ବଂଶଧାରା ନଦୀ ଜଳ ବଣ୍ଟନ ନେଇ ବହୁବର୍ଷ ଧରି ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି। ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶାକୁ ଝଟକା ଦେଇଥିବା ବେଳେ ଆନ୍ଧ୍ର ସପକ୍ଷରେ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି। ଏହି ରାୟ ରାୟଗଡ଼ା ଜିଲ୍ଲା ଚାଷୀଙ୍କ ପାଇଁ ସମସ୍ୟା ବଢାଇଛି।

ଟ୍ରିବ୍ୟୁନାଲ୍ ରାୟ ଅନୁଯାୟୀ, ଗୋଟ୍ଟା ବ୍ୟାରେଜରେ ଉପଲବ୍ଧ ଜଳର ପରିମାଣ ୧୧୫ ଟିଏମ୍ସି ସ୍ଥିର ହୋଇଛି। ଏଥିରୁ ଅଧା ଆନ୍ଧ୍ରପ୍ରଦେଶକୁ ଯିବ ବୋଲି ନିର୍ଦ୍ଦେଶର ଉଲ୍ଲେଖ ରହିଛି। ୧୯୬୨ ମସିହା ୩୦ ସେପ୍ଟେମ୍ବରରେ ଏନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ହୋଇଥିବା ବୈଠକରେ ଚୂଡାନ୍ତ ହୋଇଥିବା କୁହାଯାଇଛି। ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ୨୦୦୬ରେ ଆରମ୍ଭ ହୋଇଥିଲା। ଆନ୍ଧ୍ର ନେରେଡ଼ି ବ୍ୟାରେଜ୍ ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ଓଡ଼ିଶା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା। ୨୦୧୦ରେ ବଂଶଧାରା ଜଳ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି।

ରାୟରେ ଆନ୍ଧ୍ରକୁ ନେରେଡ଼ି ବ୍ୟାରେଜ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅନୁମତି ମିଳିଛି। ଡାହାଣ ଡାଇକରେ ୮୦୦ କ୍ୟୁସେକ୍ କ୍ଷମତା ବିଶିଷ୍ଟ ସ୍ଲୁଇସ୍ ଗେଟ୍ ନିର୍ମାଣ କରିବାକୁ ଅନୁମତି ଦିଆଯାଇଛି। ଓଡ଼ିଶା ପାଇଁ ବାମ ପାଖରେ ଆଉ ଏକ ସ୍ଲୁଇସ୍ ଗେଟ୍ ନିର୍ମାଣର ଅନୁମତି ରହିଛି। ଅବଶିଷ୍ଟ ଛଅ ମାସରେ ନଦୀର ଜଳପ୍ରବାହକୁ ଉଭୟ ରାଜ୍ୟ ୫୦:୫୦ ଅନୁପାତରେ ବାଣ୍ଟି ନେବେ ବୋଲି ନିର୍ଦ୍ଦେଶ ହୋଇଛି। ନେରେଡି ବ୍ୟାରେଜ ପ୍ରକଳ୍ପ ପାଇଁ ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶା ଏକ ବର୍ଷ ମଧ୍ୟରେ ଆନ୍ଧ୍ରକୁ ହସ୍ତାନ୍ତର କରିବ। ଏହି ଜମିର କ୍ଷତିପୂରଣ ଆନ୍ଧ୍ର ବହନ କରିବ। ଚାଷୀଙ୍କ ସ୍ୱାର୍ଥରେ ପାର୍ଶ୍ୱ କେନାଲ୍ ଦେଇ ୮ ଟିଏମ୍ସି ଜଳ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାର ପରିଚାଳନା ପାଇଁ ଉଭୟ ରାଜ୍ୟର ପ୍ରତିନିଧି ସହ ଏକ କମିଟି ଗଠନ କରାଯିବ। ଏହି ରାୟ ଓଡ଼ିଶାର କୃଷି ଓ ଜଳ ସମ୍ପଦ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ