ବଡ଼ଭାଇକୁ ଟାଙ୍ଗିଆରେ ହାଣିଲା ସାନ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି କଲୋନୀ ସାହିରେ ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଲା ସାନ ଭାଇ । ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସାନ ଭାଇ ଧନୁ ନାଏକ ନିଶାଶକ୍ତ ଅବସ୍ଥାରେ ରହିଥିବା ବେଳେ ପାଟିତୁଣ୍ଡ ସମୟରେ ହଠାତ୍‌ ସେ ଉତ୍‌କ୍ଷିପ୍ତ ହୋଇଉଠିଥିଲେ । ଆଉ ଏକ ଟାଙ୍ଗିଆରେ ବଡ଼ ଭାଇ ରାହୁଲ ନାଏକକୁ ହାଣି ଥିଲେ । ଯାହାପରେ ଘଟଣାସ୍ଥଳରେ ହିଁ ରାହୁଲଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପଟେ ହତ୍ୟା ସଂପର୍କରେ ଖବର ପାଇ ଚମ୍ପୁଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହିତ ଅଭିଯୁକ୍ତ ଭାଇ ଧନୁକୁ ଗିରଫ କରି ଛାନ୍‌ଭିନ୍‌ ଜାରି ରଖିଛି ।

  • Related Posts

    ନାବାଳିକା ମୃତ୍ୟୁ; ବାପା-ପୁଅ ଅଟକ

    ରାଜନଗର: କେନ୍ଦ୍ରାପଡ଼ା ରାଜନଗର ବଡ଼କୋହ୍ଲା ଗାଁରେ ୭ ବର୍ଷର ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ରାଜନଗର ପୋଲିସ। ଗତକାଲି ବିଳମ୍ବିତ ରାତିରେ ବେଣୁ ଚରଣ ଦାସ ଓ ତାଙ୍କ ପୁଅକୁ ପ୍ରଶାନ୍ତ ଦାସକୁ ପୋଲିସ ଉଠାଇ…

    Continue reading
    କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

    ରାଜନଗର : କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର। ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋଲହା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଘର ପାଖ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ନାବାଳିକା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ