
ଭୁବନେଶ୍ବର : ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁରୁବାର ଭୁବନେଶ୍ଵରର ଏକ ଘରୋଇ କୋଚିଂ ସେଣ୍ଟର ବଣିକରେ ଚଢ଼ାଉ କରାଯାଇଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଉକ୍ତ କୋଚିଂ ସେଣ୍ଟରରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟନଗର ସ୍ଵତନ୍ତ୍ର କୋଚିଂ ପାଇଁ ଯାଉଥିବା ପରିକ୍ଷାର୍ଥୀମାନଙ୍କ ମଧ୍ୟରୁ କେତେ ଜ ଛାତ୍ରଛାତ୍ରୀ ଏହି କୋଚିଂ ସେଣ୍ଟର ବୋଲି ତଦନ୍ତରୁ ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିଛି।
ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ୧୧୯ ଜଣ ଗିରଫ ହୋଇଛନ୍ତି । ୧୧୪ ପରୀକ୍ଷାର୍ଥୀଙ୍କ ସହ ୫ ଜଣ ଦଲାଲଙ୍କୁ ଗିରଫ କରି ଜେଲ୍ ପଠାଇଛି । ବୁଧବାର ୧୧୯ ଜଣଙ୍କ ଜାମିନ ଆବେଦନ କରାଯାଇଥିବା ବେଳେ ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ସମସ୍ତଙ୍କ ଜାମିନ ଖାରଜ କରିଛନ୍ତି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୋଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ଦେଇଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଦୁର୍ନୀତି ପାଇଁ ଯୋଜନା କରିଥିଲେ ।




