ବସଷ୍ଟାଣ୍ଡରେ ହୁତ୍‌ ହୁତ୍‌ ହୋଇ ଜଳିଗଲା ବସ୍

ପୁରୀ: ବସଷ୍ଟାଣ୍ଡରେ ହୁତ୍‌ ହୁତ୍‌ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବସଷ୍ଟାଣ୍ଡରେ । ସୂଚନା ମିଳିବା ପରେ ତୁରନ୍ତ ପୁରୀ ଅଗ୍ନିଶମ ଓ ଶ୍ରୀଜଗନ୍ନାଥ ଅଗ୍ନିଶମ କେନ୍ଦ୍ରର ୪ ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଗତକାଲି ରାତିରେ ପୁରୀ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ଘରୋଇ ବସ୍ ରେ ନିଆଁ ଲାଗି ଯାଇଥିଲା । ବର୍ତ୍ତମାନ ପର୍ୟ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ତେବେ ବସଷ୍ଟାଣ୍ଡରେ ଅନେକ ଗୁଡିଏ ବସ୍ ଲାଇନ୍ ହୋଇ ରହିଥିବା ବେଳେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଅନ୍ୟ ବସ୍ ରେ ନିଆଁ ଲାଗିବାରୁ ବର୍ତ୍ତି ଯାଇଥିଲା ।

  • Related Posts

    ୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା

    ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…

    Continue reading
    ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ ମୃତ

    ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ