ବସ୍‌ ଓ ଦୁଇଟି ଟ୍ରକ୍‌ ମଧ୍ୟରେ ଧକ୍କା:୨ମୃତ

ନୂଆଦିଲ୍ଲୀ: ଘନ କୁହୁଡ଼ି ହେଉଛି କାଳ। ମୁହଁକୁ ମୁହଁ ଦିଶୁନି। ଫଳରେ ଘଟୁଛି ଦୁର୍ଘଟଣା ଓ ଅକାଳରେ ଚାଲି ଯାଉଛି ଜୀବନ । ଏପରି ଏକ ଦୁର୍ଘଟଣା ଆଜି ଭୋରରୁ ଉତ୍ତରପ୍ରଦେଶର କାନପୁରରେ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ ଦୁଇଟି ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି ଭୋରରୁ ଅତ୍ୟଧିକ କୁହୁଡ଼ି ହୋଇଥିବାରୁ କାନପୁର ଜାତୀୟ ରାଜପଥରେ ଦୁଇ ଟ୍ରକ୍‌ ଓ ଗୋଟିଏ ବସ୍‌ ମଧ୍ୟରେ ଦୁର୍ଘଟଣା ଘଯିଛି। ପ୍ରଥମେ ଏକ ଟ୍ରକ୍‌ ଅନ୍ୟ ଏକ ଟ୍ରକ୍‌କୁ ପିଟିଥିଲା । ଏହାପରେ ପଛରୁ ଆସୁଥିବା ବସ୍‌ଟି ଟ୍ରକ୍‌କୁ ପିଟିଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି।

ଖବର ପାଇ ପୁଲିସ୍‌ ପହଞ୍ଚି ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ କାନପୁରକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଦୁର୍ଘଟଣା ଯୋଗୁ ଗାଡ଼ିଗୁଡ଼ିକ ରାସ୍ତା ଉପରେ ପଡ଼ି ରହିଥିବା ବେଳେ ବହୁ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ତୁରନ୍ତ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଯିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

  • Related Posts

    ପୁଣି ଟାରିଫ୍ ଝଟକା: ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ

    ୱାଶିଂଟନ : ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ…

    Continue reading
    ପ୍ରତିରକ୍ଷା ସଚିବଙ୍କୁ ବିଦା କଲା ଆମେରିକା

    ୱାଂଶିଟନ୍:ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ କହିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ