ବିଜେଡିରେ ଏକତା ନାହିଁ: ପ୍ରଫୁଲ୍ଲ ଘଡେ଼ଇ

ଭୁବନେଶ୍ୱର: ନିର୍ବାଚନ ହାରିବା ପରେ ବିଜେଡିରେ ଏକତା ନାହିଁ । ବିଜେଡିର ପ୍ରତିଷ୍ଠା ଦିବସରେ ଏଭଳି କହିଛନ୍ତି ପ୍ରଫୁଲ୍ଲ ଘଡେ଼ଇ । ପ୍ରତିଷ୍ଠା ଦିବସରେଏକତାର ମନ୍ତ୍ର ଦେଇ ସେ କହିଛନ୍ତି ଯେ ସମସ୍ତଙ୍କୁ ସାଙ୍ଗରେ ନେଇ ନବୀନ ପଟ୍ଟନାୟକଙ୍କୁ ଚାଲିବାକୁ ପଡ଼ିବ । ବିଜେଡିର ଅନେକ ପ୍ରତିଷ୍ଠାତା ସଦସ୍ୟ ଏବେ ଦଳରେ ଆଉ ନାହାନ୍ତି । ଦଳର ସମସ୍ତ ନେତା ଏକଜୁଟ ହୋଇ ଦଳକୁ ସଶକ୍ତ କରନ୍ତୁ । ରାଜ୍ୟର ଗଠନମୂଳକ ବିକାଶ ପାଇଁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆବଶ୍ୟକ । ନବୀନ ନିଜର ଭୂମିକା ନିର୍ବାହ କଲେ ସବୁ ଜିନିଷ ଠିକ ହୋଇପାରିବ ।

ପ୍ରକାଶ ଯେ ୨୯ ବର୍ଷରେ ପାଦ ଥାପିଲା ବିଜେଡି। ଶଙ୍ଖ ଭବନରେ ସ୍ଵତନ୍ତ୍ର କାର୍ୟ୍ୟକ୍ରମ। ଦଳୀୟ ନେତା ଓ ତୃଣମୂଳ ସ୍ତରର କର୍ମୀଙ୍କୁ ସଞ୍ଜୀବନୀ ଦେବେ ନବୀନ ପଟ୍ଟନାୟକ। ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସଭାପତି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ବିଜେଡି କର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ । ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ । ବିଜୁ ବାବୁଙ୍କ ଆଦର୍ଶ ଏବଂ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି । ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତୁ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବା।
୨୮ ବର୍ଷ ଅତିକ୍ରମ କରି ବିଜୁ ଜନତା ଦଳ ୨୯ ବର୍ଷରେ ପାଦ ଦେଇଛି। ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ଲଢ଼େଇ ଜାରି ରଖିବାକୁ ଦଳ ପୁଣି ଥଣେ ସଂକଳ୍ପ ନେବ। ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ୨୯ ତମ ପ୍ରତିଷ୍ଠା ଦିବସ ପାଳୁଛି। ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ସେବାର ଗୁରୁମନ୍ତ୍ର ଦେବେ । ରାଜ୍ୟବ୍ୟାପୀ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

    ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି । । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି…

    Continue reading
    ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା

    ଭୁବନେଶ୍ଵର : ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା। ଗୁରୁବାର ରାତିରେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । କମିଟିରେ ୭୨ ଜଣ ସଦସ୍ୟ ଅଛନ୍ତି । ଏଥିସହ ୩୮ ଜଣ ସ୍ୱତନ୍ତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ