
ବାଲେଶ୍ୱର: ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି କ୍ଷ ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କ୍ଷ ଏନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।
ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ବିରୋଧରେ ସେ ବ୍ଲକ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ୧୯୮୫ରୁ ସେ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ୟ୍ୟ କରିଆସୁଥିଲେ କ୍ଷ ତିନି ତିନି ଥର ବ୍ଲକ ସଭାପତି ଦାୟିତ୍ୱରେ ରହିଥିଲେ କ୍ଷ ଲଗାତର ୮ ଥର ସେ ଦଳୀୟ ପ୍ରାର୍ଥୀଙ୍କୁ ବିଧାୟକ ଭାବେ ବିଜୟୀ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।




