ବିଜେଡି ନେତାଙ୍କ ବନ୍ଧୁମିଳନକୁ ନେଇ ହଟଚମଟ

ଭୁବନେଶ୍ବର: ବିଜେଡିର ୪୦ରୁ ଅଧିକ ନେତା ଆଜି ଚନ୍ଦକାରେ ଏକାଠି ହୋଇଥିଲେ। ଏହି ନେତାମାନେ ସମସ୍ତେ ପୂର୍ବତନ ବିଧାୟକ କିମ୍ବା ଗତ ନିର୍ବାଚନରେ ବିଜେଡି ଟିକେଟ୍ ପାଇ ପରାଜୟ ବରଣ କରିଥିବା ପ୍ରାର୍ଥୀ। ଏହାକୁ ସେମାନେ ବଣଭୋଜି ଓ ବନ୍ଧୁମିଳନ ବୋଲି ଆଖ୍ୟା ଦେଇଥିଲେ ବି ଏହାକୁ ନେଇ ଦଳ ଭିତରେ ହଟଚମଟ ସୃଷ୍ଟି ହୋଇଛି। ବାଛି ବାଛି ପରାଜିତ ପ୍ରାର୍ଥୀଙ୍କୁ ନେଇ ବନ୍ଧୁମିଳନ ଆୟୋଜନକୁ ସ୍ବାଭାବିକ ବୋଲି କେହି ଗ୍ରହଣ କରିପାରୁ ନାହାନ୍ତି। ଏହା ପଛର ଉଦ୍ଦେଶ୍ୟକୁ ନେଇ ରାଜେନୈତିକ ମହଲରେ ଭିନ୍ନ ଭିନ୍ନ ଅଙ୍କକଷା ଚାଲିଛି।

ଆଜି ଚନ୍ଦକା ଅଭୟାରଣ୍ୟ ନିକଟରେ ଏକ ଫାର୍ମ ହାଉସ୍‌ରେ ଏହି ଭୋଜି ଆୟୋଜନ କରାଯାଇଥିଲା। ବହୁ ବରିଷ୍ଠ ନେତା ବି ଏଥିରେ ସାମିଲ ହୋଇଥିଲେ। ରାଜେନ୍ଦ୍ର ସାହୁ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟ, ଉମା ସାମନ୍ତରାୟଙ୍କ ସମେତ ବହୁ ପୂର୍ବତନ ବିଧାୟକ ଉପସ୍ଥିତ ଥିଲେ। ଗତ ନିର୍ବାଚନରେ ପ୍ରଥମ ଥର ଟିକେଟ ପାଇ ପରାଜିତ ହୋଇଥିବା ପ୍ରାର୍ଥୀଙ୍କୁ ବି ଡକାଯାଇଥିଲା। ଏହି ବନ୍ଧୁମିଳନ ସମ୍ପର୍କରେ ଜଣାପଡ଼ିଲା ପରେ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚିଥିଲେ। ତେବେ ସମସ୍ତେ ଏହାକୁ ବ୍ୟକ୍ତିଗତ ବନ୍ଧୁମିଳନ କହି ଏଡ଼ାଇ ଯାଇଥିଲେ। ଏଥିରେ କିଛି ରାଜନୀତି ନାହିଁ ବୋଲି ସଫେଇ ଦେଇଥିଲେ। କିନ୍ତୁ ଏହି ବନ୍ଧୁମିଳନକୁ ରାଜ‌‌ନୈତିକ ମହଲରେ ସ୍ବାଭାବିକ ବୋଲି ବିବେଚନା କରାଯାଉନି। ଗତ ବର୍ଷ ବିଜେଡିର କିଛି ବରିଷ୍ଠ ନେତା ହୋଟେଲରେ ଏକାଠି ହେଲା ବେଳେ ନିଜେ ଦଳର ସଭାପତି ନବୀନ ପଟ୍ଟନାୟକ ଏହାକୁ ନାପସନ୍ଦ କରିଥିଲେ।

ଦଳର ନେତାମାନେ ଶଙ୍ଖ ଭବନରେ ବସି ହିଁ ବୈଠକ କରିପାରିବେ ବୋଲି ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଏବେ ଦଳର ୫୦ରୁ ଅଧିକ ନେତା ଏକାଠି ହୋଇ ନବୀନଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଅମାନ୍ୟ କରିଛନ୍ତି। ରାଜନୈତିକ ମହଲରେ କହିବା କଥା ନିର୍ବାଚନ ପରାଜୟ ପରେ ବିଜେଡିର ଏତେ ସଂଖ୍ୟାରେ ପରାଜିତ ପ୍ରାର୍ଥୀ ଏକାଠି ହେବା କେବେ ଦେଖାଯାଇ ନଥିଲା। ମଝିରେ ମଝିରେ ୮/୧୦ ଜଣ ଏକାଠି ବସି ବୈଠକ କରନ୍ତି। କିନ୍ତୁ ଆଜି ପ୍ରଥମ ଥର ପାଇଁ ଶଙ୍ଖ ଭବନ ବାହାରେ ୪୦ରୁ ଅଧିକ ନେତା ମେଳି କରିଛନ୍ତି। ଆଜି ସେମାନଙ୍କ ମେଳିକୁ ଦେଖିଲେ ଲାଗୁଥିଲା ଯେ ଯେପରି ସେମାନେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ନୂ୍ଆ କିଛି ଗୋଟେ ଅଭିଯାନ ପାଇଁ ମୂଳଦୁଆ ପକାଉଛନ୍ତି।

ଆଜିର ‘ବନ୍ଧୁମିଳନ’କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ପୂର୍ବତନ ବିଧାୟକ ଓ ପରାଜିତ ପ୍ରାର୍ଥୀଙ୍କୁ ଡକାଯାଇଥିଲା କାହିଁକି? ବର୍ତ୍ତମାନର ବିଧାୟକମାନଙ୍କୁ ଡକା ନଯିବା ପଛର କାରଣ କ’ଣ? ଆଜି ଯାଇଥିବା ପୂର୍ବତନ ବିଧାୟକଙ୍କର କ’ଣ ବର୍ତ୍ତମାନର କୌଣସି ବିଧାୟକଙ୍କ ସହ ବନ୍ଧୁମିଳନରେ ଏକାଠି ହେବା ପରି ବ୍ୟକ୍ତିଗତ ସମ୍ପର୍କ ନାହିଁ? ଏହି ବୈଠକର ନେତୃତ୍ବ କିଏ ନେଉଥିଲେ? ଏତେ ସଂଖ୍ୟାରେ ସକ୍ରିୟ ରାଜନୈତିକ ଲୋକ ଏକାଠି ହୋଇଥିଲା ବେଳେ ସେଠାରେ ଯେ ରାଜନୈତିକ ଚର୍ଚ୍ଚା ହୋଇ ନଥିବ, ତାହା ଗ୍ରହଣଯୋଗ୍ୟ କି?

  • Related Posts

    ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

    ବରଗଡ଼ : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସେ ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନରେ ଶତାଧିକ ସମର୍ଥକଙ୍କ ଗହଣରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସନ୍ତୋଷ ସିଂ…

    Continue reading
    ସିଜିମାଳୀ ସମସ୍ୟା: ଦରକାର ପଡିଲେ ଆଦିବାସୀଙ୍କ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଆସିବେ

    ଭୁବନେଶ୍ୱର : ସିଜିମାଳୀର ବିସ୍ଥାପିତଙ୍କୁ ନ୍ୟାୟ ଦାବିରେ ତଥା ପୁଲିସର ଦମନଲୀଳା ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ନ୍ଦେଶ କ୍ରମେ ୧୦ ତାରିଖ ଶୁକ୍ରବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ