ବିଜେପି ସରକାର ପାଇଁ ଲଜ୍ଜାଜନକ କଥା, କ’ଣ ପାଇଁ ପ୍ରଣବପ୍ରକାଶ ଏହ କହିଲେ ଜାଣନ୍ତୁ

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଷ୍ଟେଟ୍‌ ବନାମ ଜୟନାରାୟଣ ମାମଲାର ଶୁଣାଣି ପରେ ଜୋର ଧରିଛି ରାଜନୈତିକ ବୟାନବାଜି। ବିଜେପି ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ବିରୋଧୀ ନେତାମାନେ କଡା ନିନ୍ଦା କରିଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ନାମୁଞ୍ଜର ପରେ ପ୍ରେସମିଟ କରି ଗିରଫ ଦାବି କରିଛି ବିଜେଡି।

ଏହାକୁ ନେଇ ସୋସିଆଲ ମିଡିଆ ସାଇଟରେ ଟ୍ୱିଟ୍‌ କରି ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ। ସେ ଲେଖିଛନ୍ତି, ବିଜେପି ନେତୃତ୍ୱାଧିନ ଓଡିଶା ସରକାରରେ ଏହାଠାରୁ ଲଜ୍ଜାଜନକ ଘଟଣା କଣ ହୋଇପାରେ ? ବିଜେପି ବିଧାୟକଙ୍କ ସପକ୍ଷରେ ଠିଆ ହୋଇଥିବା ଓଡିଶା ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଚାପୁଡା ମାରିବା ମାମଲାରେ ଜୟନାରାୟଣଙ୍କ ଜାମିନ ଆବେଦନର ଶୁଣାଣି କରିବା ବେଳେ ଓଡ଼ିଶା ସରକାରଙ୍କୁ କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ । ଜଷ୍ଟିସ୍ ରାୟ କହିଛନ୍ତି କି, ସରକାର ପରିବର୍ତ୍ତନ ହେଲେ ପୋଲିସ ଅଫିସରଙ୍କ ବର୍ଦ୍ଦିର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ଯାହା ବିଜେପି ସରକାର ପାଇଁ ଲଜ୍ଜାଜନକ କଥା ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।ସରକାରଙ୍କ ପରିବର୍ତ୍ତନ ସହିତ ପୋଲିସ୍ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିବା ବେଳେ ଓଡ଼ିଶା ସରକାରଙ୍କୁ ଏମିତି କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ