
ଭୁବନେଶ୍ବର: ଛୁଟି ଦିନରେ ହେବ ଚାଷୀ ପଞ୍ଜିକରଣ । ଟାର୍ଗେଟ୍ ପୂରଣ ନହେବାରୁ ଏଭଳି ନିଷ୍ପତ୍ତି ନେଇଛି ବିଭାଗ । ଛୁଟି ଦିନ ସହ ରବିବାରରେ ମଧ୍ୟ ଚାଷୀ ପଞ୍ଜିକରଣ କରାଯିବ । ଏ ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଛୁଟି ଦିନ ଓ ରବିବାରରେ ଅଫିସ୍ ଖୋଲିବାକୁ ସମବାୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସକାଳ ୮ରୁ ରାତି ୮ଟା ଯାଏଁ ଚାଷୀ ମାନଙ୍କର ପଞ୍ଜିକରଣ କରାଯିବ । ଅଗଷ୍ଟ ୨୦ ତାରିଖରେ ଖରିଫ ଚାଷୀ ପଞ୍ଜିକରଣ ଶେଷ ହେବାକୁ ଥିବା ବେଳେ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନେଇଛି ସମବାୟ ବିଭାଗ । ଏବେ ମଧ୍ୟ ଅନେକ ଚାଷୀ ପଞ୍ଜିକରଣ କରିନାହାନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଏବେବି ଅନେକ ଜିଲ୍ଲାରେ ଚାଷୀ ପଞ୍ଜିକରଣ ନେଇ ୫୦ ପ୍ରତିଶତ ଟାର୍ଗେଟ୍ ପୂରଣ ହୋଇନାହିଁ । ଏପର୍ୟ୍ୟନ୍ତ ୧୧ ଲକ୍ଷ ୩୦ ହଜାର ୧୨୮ ଚାଷୀ ପଞ୍ଜୀକୃତ କରିଛନ୍ତି । ଗତବର୍ଷ ୧୭ ଲକ୍ଷ ୭୨ ହଜାର ୩୪୭ ଚାଷୀ ପଞ୍ଜିକରଣ କରିଥିଲେ ।



