ବିଧାନସଭାରେ ବିଜେଡି ବିଧାୟକ ସଂଖ୍ୟା ୪୨କୁ ହ୍ରାସ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜୁ ଜନତା ଦଳ (ବିଜେଡି)ର ୬ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ। ଆଜି ସନ୍ଧ୍ୟାରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବିରୋଧୀ ଦଳ ନେତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତେବେ ସମ୍ପୃକ୍ତ ୬ ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ବିଧାନସଭାରେ ବିଜେଡି ବିଧାୟକ ସଂଖ୍ୟା ୪୨କୁ ହ୍ରାସ ପାଇଛି ।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଥିଲେ। ଏହି ନିର୍ବାଚନରେ ବିଜେଡିର ନିଲମ୍ବିତ ଉପରୋକ୍ତ ବିଧାୟକମାନେ କ୍ରସ ଭୋଟିଂ କରିଥିଲେ। ଏହି ବିଧାୟକମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କୁ ମତଦାନ କରିଥିଲେ। ଏହା ପରେ ବିଜେହି ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏନେଇ ବିଜେଡି ପ୍ରଥମେ ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା ଏବଂ ମାର୍ଚ୍ଚ ୨୦ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ କରିଥିଲା। ବିଜେଡି ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଥିଲା ଯେ, ଉପରୋକ୍ତ ବିଧାୟକମାନେ ଦଳର ଶୃଙ୍ଖଳାକୁ ଭଙ୍ଗ କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି। ଦଳର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଏବଂ ଆଇନଗତ କାର୍ୟ୍ୟାନୁଷ୍ଠାନ କାହିଁକି ଗ୍ରହଣ କରା ନଯିବ, ତାହାର କୌଫତ୍‌ ତଲବ କରାଯାଇଛି।

ଗତ ୧୬ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ବିଧାନସଭାରେ ମତଦାନ ହୋଇଥିଲା। ଏଥିରେ ରାଜ୍ୟର ୧୪୭ ଜଣ ବିଧାୟକ ଭାଗ ନେଇଥିଲେ। ନିର୍ବାଚନରେ ବିଜେପିର ମନମୋହନ ସାମଲ ଏବଂ ସୁଜିତ କୁମାର ବିଜୟୀ ହେବା ସହ ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ମଧ୍ୟ ବିଜୟୀ ହୋଇଛନ୍ତି। ଅପରପକ୍ଷେ ବିଜେଡିର ସଂତୃପ୍ତ ମିଶ୍ର ବି‌ଜୟୀ ହୋଇଥିଲା ବେଳେ କଂଗ୍ରେସ ସହ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ପରାଜିତ ହୋଇଥିଲେ। ଶ୍ରୀ ହୋତା ବିଜେଡି ଏବଂ କଂଗ୍ରେସର ୧୧ ଜଣ ବିଧାୟକଙ୍କ କ୍ରସ ଭୋଟିଂ ଯୋଗୁ ପରାଜୟବରଣ କରିଥିଲା ବେଳେ ଦିଲୀପ ରାୟ ଏହାର ଫାଇନା ନେଇ ବିଜୟୀ ହୋଇଥିଲେ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ