
ଭୁବନେଶ୍ୱର: ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ । ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ । ଏନେଇ ବୁଧବାର ବିଧାନସଭାରେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୨୫-୨୬ରେ ୧ ଲକ୍ଷ ୬୦ ହଜାର ୧୩୪ଟି ସ୍ଥାନରେ ରେଡ କରାଯାଇଛି । ଏନେଇ ୪୭ଟି ମାମଲା ରୁଜୁ ହୋଇଥିବାବେଳେ ୫ ଲକ୍ଷ ୧୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବିଷାକ୍ତ ଖାଦ୍ୟର ହଟସ୍ପଟ ପାଲଟିଛି କଟକ, ନୟାଗଡ଼ ଓ ଖୋର୍ଦ୍ଧା । ନୟାଗଡ଼ରେ ୧୬ ହଜାର ୩୦୦, କଟକରେ ୧୬ ହଜାର ୦୧୬ ଓ ଖୋର୍ଦ୍ଧାରେ ୧୫ ହଜାର ୩୩୪ ଚଢଉ କରାଯାଇଛି । କେନ୍ଦୁଝରରେ ସର୍ବାଧିକ ୯ଟି ଭେଜାଲ ଖାଦ୍ୟର ମାମଲା ସାମନାକୁ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।



