ବିପଦ ସଙ୍କେତ ଟପିଲା ବୈତରଣୀ

ଭଦ୍ରକ: ବଢୁଛି ବୈତରଣୀର ଜଳ ସ୍ତର । ଅପରାହ୍ଣ ୩ଟା ସୁଦ୍ଧା ଆଖୁପଦା ନିକଟରେ ବନ୍ୟାଜଳ ୧୮.୫୦ ମିଟରରେ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ଠାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ପହଞ୍ଚି ସ୍ଥିତି ପରଖିଛନ୍ତି। ସେ ଜଳସେଚନ ବିଭାଗର ଯନ୍ତ୍ରୀ, କାର୍ୟ୍ୟ ନିର୍ବାହ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତିରେ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ ସେଠୀ ଉପସ୍ଥିତରେ ଆଲୋଚନା କରିଛନ୍ତି ।

ପ୍ରଭାବିତ ଅଞ୍ଚଳର ଜନ ଜୀବନ ସୁରକ୍ଷା ସହ ସୁଖିଲା ଖାଦ୍ୟ, ଆବଶ୍ୟକ ମେଡିସିନ ପ୍ରସ୍ତୁତ ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର ଓ ରାଜସ୍ଵ ଅଧିକାରୀ ମାନଙ୍କୁ ପ୍ରସ୍ତୁତ ରହିବା ନେଇ ସହ ଫୋନ୍ ମାଧ୍ୟମରେ ନିର୍ଦ୍ଦେଶ ଦେବା ସହ ଜିଲ୍ଲାପାଳ ଭଦ୍ରକ, ଜିଲ୍ଲା ଉନ୍ନୟନ ଅଧିକାରୀ ସମେତ ଜିଲ୍ଲା ଅଗ୍ନି ଶ୍ରମ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଆଗୁଆ ସ୍ଥିତି ଅନୁଧ୍ୟାନ କରି ସାଧାରଣ ଜନତାଙ୍କ ଜୀବନ ଜୀବିକା ବଞ୍ଚାଇବା ସହ ପ୍ରଭାବିତ ଅଞ୍ଚଳରେ ଆଗୁଆ ସତର୍କତା ସହ ସମସ୍ତ ପ୍ରକାରର ସରକାରୀ ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ।

  • Garvita Odia

    Related Posts

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ହୀରାକୁଦ: ଉପରମୁଣ୍ଡରୁ ବର୍ଷାଜଳ ପ୍ରବେଶ କରୁଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶନିବାର ରାତି ୯ଟାରେ ୬୧୨.୧୨ ଫୁଟ ରହିଥିଲା ା ବାମପଟର ୧୩ ଓ ଡାହାଣପଟର ୭ ଫାଟକ ଦ୍ବାରା ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି…

    ଆଜିଠୁ କମିବ ବର୍ଷା

    ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉପକୂଳ ପଶ୍ଚିମବଙ୍ଗ ଓ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ଉପକୂଳ ପଶ୍ଚିମବଙ୍ଗ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଥିଲା। ଏହା…

    Leave a Reply

    Your email address will not be published. Required fields are marked *

    You Missed

    ଘୋଷଣା କଲେ ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ଘୋଷଣା କଲେ  ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ  ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ଓଡ଼ିଶାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଓଡ଼ିଶାରେ  ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଆଜିଠୁ କମିବ ବର୍ଷା

    ଆଜିଠୁ କମିବ ବର୍ଷା

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି