ବୃହତ୍ତର ଭୁବନେଶ୍ୱରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ଡ୍ରେନେଜ୍ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୨୩/୦୮: ଭୁବନେଶ୍ୱର ଡ୍ରେନେଜ ମାଷ୍ଟର ପ୍ଲାନ ସମ୍ବନ୍ଧୀୟ ଏବଂ ଷ୍ଟର୍ମ ଓ୍ୱାଟର ମ୍ୟାନେଜମେଣ୍ଟକୁ ନେଇ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରୁର୍କୀ ଆଇଆଇଟିର ପ୍ରଫେସର ଡି.ଏସ୍ ଆର୍ଯ୍ୟ, ସିଟି ଇଂଜିନିୟର ବିଳାସ କୁମାର ବେହେରା, ଉପଜିଲ୍ଲାପାଳ ଡକ୍ଟର ମନୋରଂଜନ ସାହୁଙ୍କ ସମେତ ସ୍ମାର୍ଟ ସିଟି, ବିଡିଏ, ଆଇଏମ୍ ଡି, ଓସଡମା, ଜଳ ସଂପଦ ବିଭାଗ, ରାଜସ୍ୱ ବିଭାଗ, ଇଡକୋ ଏବଂ ବିଏମ୍ ସି ସମେତ ଅନ୍ୟାନ୍ୟ ଇଂଜିନିୟର ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବୃହତ୍ତର ଭୁବନେଶ୍ୱର କଳେବରକୁ ଦୃଷ୍ଟିରେ ରଖି କରାଯାଉଥିବା ଡ୍ରେନେଜ୍ ମାଷ୍ଟର ପ୍ଲାନକୁ କିପରି କାର୍ଯ୍ୟକାରୀ କରାଯାଇ ପାରିବ ଏବଂ ଏହା ସାଙ୍ଗକୁ ରୋଡ ନେଟଓ୍ୱାର୍କ, ଫ୍ୟାସିଲିଟି ନେଟଓ୍ୱାର୍କ, ୟୁଟିଲିଟି ନେଟଓ୍ୱାର୍କ, ଜବରଦଖଲ ଓ ଜଳବନ୍ଦୀ ସମସ୍ୟା ଇତ୍ୟାଦିର ଯଥାଯଥ ଚିହ୍ନଟ ପାଇଁ ବିଭିନ୍ନ ଆଧୁନିକ ଉପାୟରେ ଜରିଆରେ ତଥ୍ୟ ସଂଗ୍ରହ କରା ଯାଉଛି । ତେବେ ପରବର୍ତ୍ତୀ ଉପଯୋଗ ପାଇଁ ଏହି ତଥ୍ୟକୁ ଭୁବନେଶ୍ୱର-1ରେ ସିଟିଜେନ ପୋର୍ଟାଲରେ ସାର୍ବଜନୀନ କରାଯିବା ପାଇଁ ମଧ୍ୟ ଆଲୋଚନା ହୋଇଛି । ଯୋଜନାର ଦୀର୍ଘ ମିଆଦି ଓ ସ୍ୱଳ୍ପ ମିଆଦି କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଯୋଜନାର ରୂପାୟନ କରାଯିବ । ଜନସାଧାରଣଙ୍କର ସମସ୍ତ ପ୍ରକାର ସୁବିଧାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯିବ । ପ୍ରକଳ୍ପ ରୂପାୟନ ପାଇଁ ଆଇଆଇଟି ରୁର୍କୀ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛି । ସର୍ଭେ କାର୍ଯ୍ୟ ଆରମ୍ଭ କରିଛି । ରୁର୍କୀର ବୈଜ୍ଞାନିକମାନେ ଏହି ସର୍ଭେ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଡାଟା ସଂଗ୍ରହ କରାଯାଉଛି । ଏହି ଡାଟାକୁ ସାର୍ବଜନୀନ କରାଯିବ । ସେମାନେ ଆରମ୍ଭ କରିଥିବା କାର୍ଯ୍ୟର ନିୟମିତ ସମୀକ୍ଷା କରାଯାଉଛି । ଆଜି ମଧ୍ୟ ଆଇଆଇଟି ରୁର୍କୀର ବୈଜ୍ଞାନିକମାନେ ସେମାନଙ୍କର ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା । ଏହି ସର୍ଭେ କାମ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି ଜଣାପଡିଛି ।

  • Related Posts

    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading
    ଆଜି ଗୁଡ୍ ଫ୍ରାଇଡେ, ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ

    ଆଜି ଗୁଡ୍ ଫ୍ରାଇଡେ। ମାନବ ଜାତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ସ୍ମୃତିଚାରଣ କରାଯାଉଛି । ଯୀଶୁଙ୍କ ବଳିଦାନକୁ ମନେ ପକାଇ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ଭାଇ ଭଉଣୀ । ଏଥିପାଇଁ ସକାଳୁ ଉଭୟ ବାପ୍‌ଟିଷ୍ଟ ଓ କ୍ୟାଥଲିକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ