ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ପାରିବାରିକ କଳହର କରୁଣ ପରିଣତି । ବେକରେ ରଶି ଲଗାଇ ଝୁଲି ପଡ଼ିଲେ ଯୁବକ । ମୃତକ ଏକତାଳୀ ଗ୍ରାମର ଉପେନ୍ଦ୍ର ସାମଲଙ୍କ ପୁଅ ଉମାକାନ୍ତ ବୋଲି ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ଏପରି ଘଟଣା ଘଟିଛି ।ସୂଚନା ମୁତାବକ, ଏକତାଳୀ ଗ୍ରାମର ଉପେନ୍ଦ୍ର ସାମଲଙ୍କ ତିନି ପୁଅଙ୍କ ମଧ୍ୟରୁ ଉମାକାନ୍ତ ଥିଲେ ବଡପୁଅ । ଆଜକୁ ପାଞ୍ଚ ବର୍ଷ ହେବ ତାଙ୍କର ବିବାହ ହୋଇଥିଲା । ଅଦ୍ୟାବଧି ଉମାକାନ୍ତଙ୍କର ତିନି ବର୍ଷର ଏକ ଶିଶୁ କନ୍ୟା ଅଛି । କିନ୍ତୁ ଶୁକ୍ରବାର ରାତିରେ ପାରିବାରିକ କଳହରୁ ଉପର ମହଲା ଘରେ ବେକରେ ରଶି ଲଗାଇ ଝୁଲି ପଡିଲେ ଉମାକାନ୍ତ । ଏହା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଭୁବନ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ମଧ୍ୟ ଚଳାଛି ପୋଲିସ ।

  • Related Posts

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ମୋହନା: ପୁଣି ଗୁଣି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ । ମୃତକ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦) ।…

    ଚାଞ୍ଚଲ୍ୟକର ପ୍ରତିକ୍ରିୟା:ବୋଲି ଝିଅ ନିଜେ ଆତ୍ମହତ୍ୟା କରିଛି

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଛାତ୍ରୀ ପୋଡ଼ି ଘଟଣାରେ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ମୃତ ଛାତ୍ରୀଙ୍କ ବାପା । ସେ କହିଛନ୍ତି, ମୋ ଝିଅ ବାନ୍ଧି ହୋଇ ପୋଡ଼ି ମରିଥିବା ମୁଁ ଅନୁମାନ କରୁଛି । ତାର ବାନ୍ଧି ହୋଇ ପୋଡ଼ି…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”