ମହିଳାଙ୍କ ଗଳାକାଟି ହତ୍ୟା

କଟକ: ଦିନ ଦ୍ୱିପ୍ରହରରେ ମହିଳାଙ୍କୁ କଟୁରୀରେ ହାଣି ବିଭତ୍ସ ହତ୍ୟା କରାଯାଇଛି । କଟକ ପୋତାପୋଖୋରି ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ପାଣି ଟାଙ୍କି ନିକଟରେ ଥିବା ବସ୍ତି ଭିତରେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କରିଛନ୍ତି ତାଙ୍କ ପଡୋଶୀ । ଘଟଣାସ୍ଥଳରେ ସିଆରଆରଆଇ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଅନୁସାରେ, କଟକ ଗାନ୍ଧିପଲ୍ଲୀ କୁଷ୍ଠଶ୍ରମ ସରକାରୀ କ୍ୱାଟରରେ ରହୁଥିବା ପ୍ରିୟତମା ଦଳାଇଙ୍କୁ ହତ୍ୟା କଲେ ତାଙ୍କ ପଡୋଶୀ ସନ୍ତୋଷ ସିଂହା । ସନ୍ତୋଷକୁ ଅଟକାଇବାକୁ ଯାଇ ତାଙ୍କ ମା’ ବିଜୁଳି ରାଣି ସିଂହ ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି । ମିଳିଥିଲା ସୂଚନା ମୁତାବକ ସନ୍ତୋଷ ସହିତ ତାଙ୍କ ପଡୋଶୀ ପ୍ରିୟତମା ଓ ତାଙ୍କ ସ୍ୱାମୀ ତିରିମତ ଝଗଡା କରୁଥିଲେ । ଅନେକ ଥର ମାମଲା ଥାନାକୁ ମଧ୍ୟ ଯାଇଥିଲା । ସନ୍ତୋଷ ଆଉ ଝଗଡା କରିବେ ନାହିଁ ବୋଲି ଥାନାକୁ ଜଣାଇବା ପରେ ବିବାଦ ପ୍ରଶମିତ ହୋଇଥିଲା । କିନ୍ତୁ ସନ୍ତୋଷ ଏନେଇ ରାଗ ରଖିଥିଲେ । ଆଜି ପୂର୍ବ ଯୋଜନା ମୁତାବକ ସେ ଏକ କଟୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରିୟତମାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା । ଘର ଭିତରୁ ମହିଳାଙ୍କୁ ଉଦ୍ଧାର କରାଯାଇ SCB ମେଡିକାଲ ହସ୍ପିଟାଲକୁ ପଠାଯାଇଥିଲା । କିନ୍ତୁ, ସେଠାରେ ଡାକ୍ତରମାନେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପାଠ୍ୟପୁସ୍ତକ ତ୍ରୁଟି ମାମଲା; ୨୦୦ରୁ ୨୫୦ ଜଣ ସମ୍ପୃକ୍ତ କହିଲେ କ୍ରାଇମବ୍ରାଞ୍ଚ ଡିଜି

    ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ