ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଅଣ୍ଡର ଟେକିଙ୍ଗ କମିଟିର ବଡ଼ ବୈଠକ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଦେଶର ଗୁରୁତ୍ୱପୂର୍ଣ୍ଣ କମିଟି ଗୁଡ଼ିକ ମଧ୍ୟରୁ ପବ୍ଲିକ ଅଣ୍ଡରଟେକିଂ କମିଟି ଅନ୍ୟତମ। ସାଂସଦ ବୈଜୟନ୍ତ ପଣ୍ଡା ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ଷଷ୍ଠ ବୈଠକ।

ଏହି ବୈଠକରେ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ଓ ଟେଲିକମ୍ ମନ୍ତ୍ରାଳୟର ପ୍ରତିନିଧିମାନେ କମିଟି ସମ୍ମୁଖରେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିଛନ୍ତି। ବୈଠକରେ ଓଡ଼ିଶାରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସମେତ ଅନ୍ୟ ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରକାଶ ଥାଉ, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦର ପବ୍ଲିକ୍ ଅଣ୍ଡରଟେକିଂ କମିଟିରେ ଲୋକସଭାରୁ ୧୫ ଓ ରାଜ୍ୟସଭାରୁ ୭ ଜଣ ସଦସ୍ୟ ରହିଛନ୍ତି। ଏହି କମିଟି ଗତ ଅଗଷ୍ଟ ୧୪ ତାରିଖରୁ ନିଜ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଏପର୍ଯ୍ୟନ୍ତ ୬ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠତ ହୋଇସାରିଲାଣି।

  • Related Posts

    ବଳଙ୍ଗା ସତ୍ୟ ପଦାକୁ ଆସିବ:ପ୍ରଭାତୀ ପରିଡ଼ା

    ଭୁବନେଶ୍ବର : ବଳଙ୍ଗା ପୀଡ଼ିତାଙ୍କ ଶେଷ ଦର୍ଶନ ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପୀଡ଼ିତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିଲେ, କିନ୍ତୁ ବଞ୍ଚାଇ ହେଲାନି । ଆମେ ସମସ୍ତେ ଦୁଃଖ ପ୍ରକାଶ କରିସାରିଛୁ ।…

    ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଖୁବଶୀଘ୍ର ଜମି ଅଧିଗ୍ରହଣ: ମୁଖ୍ୟମନ୍ତ୍ରୀ

    କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଜିଲ୍ଲା ପାଇଁ ବଡ ଘୋଷଣା କରିଛନ୍ତି । ଜିଲ୍ଲାରେ ପ୍ରସ୍ତାବିତ ମେଗା ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ ଖୁବ୍ ଶୀଘ୍ର ଆରମ୍ଭ ହେବ । ଜିଲ୍ଲାର ସାମଗ୍ରିକ ବିକାଶ ପ୍ରାଥମିକତା ଦିଆଯିବ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ସତ୍ୟ ପଦାକୁ ଆସିବ:ପ୍ରଭାତୀ ପରିଡ଼ା

    ବଳଙ୍ଗା ସତ୍ୟ ପଦାକୁ ଆସିବ:ପ୍ରଭାତୀ ପରିଡ଼ା

    ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଖୁବଶୀଘ୍ର ଜମି ଅଧିଗ୍ରହଣ: ମୁଖ୍ୟମନ୍ତ୍ରୀ

    ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଖୁବଶୀଘ୍ର ଜମି ଅଧିଗ୍ରହଣ: ମୁଖ୍ୟମନ୍ତ୍ରୀ

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ

    ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ

    ଶିକ୍ଷକ ସଙ୍ଗଠନର ଆନ୍ଦୋଳନ: ୧୬‌ରେ କମ୍ପିବ ଗାନ୍ଧୀମାର୍ଗ

    ଶିକ୍ଷକ ସଙ୍ଗଠନର ଆନ୍ଦୋଳନ: ୧୬‌ରେ କମ୍ପିବ ଗାନ୍ଧୀମାର୍ଗ

    ୨୨ଜିଲାକୁ ବଜ୍ରପାତ ସତର୍କତା

    ୨୨ଜିଲାକୁ ବଜ୍ରପାତ ସତର୍କତା