ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

ଭାରତୀୟ ଖାଦ୍ୟରେ ଭାତ ଏକ ମୁଖ୍ୟ ଖାଦ୍ୟ। ତେଣିକି ତାହା ଘରୋଇ ରନ୍ଧା ଭାତ ହେଉ କିମ୍ବା ବିରିୟାନୀ। ଅନେକ ସମୟରେ ଭାତ ଖାଇବା ପରେ ଏଭଳି କିଛି ଖାଦ୍ୟ ଖାଇ ଥାଆନ୍ତି, ଯାହା ପେଟ ପାଇଁ କ୍ଷତିକାରକ ହେବା ସହ ପାଚନ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ପାଚନକୁ ସୁସ୍ଥ ରଖିବା ପାଇଁ ଭାତ ଖାଇବା ପରେ ଓ ପୂର୍ବରୁ କେଉଁ ଖାଦ୍ୟ ଖାଇବା ଉଚିତ୍‌‌ ଓ ଅନୁଚିତ୍‌‌ ଜାଣନ୍ତୁ..
ଭାତକୁ ଭଲ ଭାବେ ହଜମ ହେବା ପାଇଁ କିଛି ଖାଦ୍ୟକୁ ଭାତ ଖାଇବା ପୂର୍ବରୁ ଓ ପରେ ଖାଆନ୍ତୁ ନାହିଁ।
ଭାତକୁ ଖାଇବା ସମୟରେ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ୱାରା ଭଲ ଭାବେ ହଜମ ହୋଇଥାଏ।
ଭାତ ଖାଇବା ପୂର୍ବରୁ ଅଧିକ ଫ୍ୟାଟ୍‌‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ହଜମ ହେବାକୁ ଅଧିକ ସମୟ ଲାଗିଥାଏ ଓ ଭାତରେ କାର୍ବୋହାଇଡ୍ରେଟ ଥିବାରୁ ଏହା ମଧ୍ୟ ହଜମ ହେବାରେ ସମୟ ନେଇଥାଏ। ତେଣୁ ଭାତ ଖାଇବା ପୂର୍ବରୁ ଫ୍ୟାଟ୍‌‌ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ। ଅନ୍ୟ ହାଲକା ଯୁକ୍ତ ଖାଦ୍ୟ ଖାଇପାରିବେ।
ଅଧିକ ମସଲାଯୁକ୍ତ ଖାଦ୍ୟ ପାଚନ ପାଇଁ କ୍ଷତିକାରକ। ଏହାଦ୍ୱାରା ଛାତିରେ ଜଳାପୋଡା, ଏସିଡିଟି ଆଦି ହୋଇଥାଏ। ଭାତ ଖାଇବା ପୂର୍ବରୁ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
ପନିପରିବା ପାଚନ ପାଇଁ ଉପକାରୀ। ଭାତ ଖାଇବା ପୂର୍ବରୁ କଞ୍ଚା ପରିବା ଖାଆନ୍ତୁ ନାହିଁ। କଞ୍ଚା ପରିବାରେ ଫାଇବର ଅଧିକ ମାତ୍ରାରେ ରହିଥାଏ। ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ମଧ୍ୟ ହୋଇଥାଏ। ତେଣୁ ଏହାକୁ ସିଝାଇ କିମ୍ବା ବାମ୍ଫ ଦେବା ପରେ ଖାଆନ୍ତୁ।
ବିଶେଷ କରି ଯେଉଁମାନଙ୍କର ହଜମ ଜନିତ ସମସ୍ୟା ରହିଛି,ସେମାନେ ଭାତ ଖାଇବା ପରେ କୌଣସି କ୍ଷୀର କିମ୍ବା ଛେନା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଭାତ ଖାଇବା ପରେ ଏସବୁ ଖାଦ୍ୟ ଖାଇବା ଦ୍ୱାରା ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଭାତ ଖାଇବା ପରେ ତୁରନ୍ତ ଅଧିକ ପ୍ରୋଟିନ୍‌‌ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ପାଚନ ତନ୍ତ୍ରକୁ ଧିମା କରିଥାଏ। ଖାଦ୍ୟ ହଜମ ହେବାକୁ ଅଧିକ ସମୟ ମଧ୍ୟ ଲାଗି ଥାଏ।
ଭାତ ଖାଇବା ପରେ ସଙ୍ଗେ ସଙ୍ଗେ ମିଠା ଜାତୀୟ ଜିନିଷ କିମ୍ବା ମିଠା ଖାଆନ୍ତୁ ନାହିଁ। ଏହା ରକ୍ତରେ ଶର୍କରାର ସ୍ତରକୁ ବୃଦ୍ଧି କରିଥାଏ। ଶରୀରକୁ ଶକ୍ତି ଯୋଗାଇବାରେ ମଧ୍ୟ ପ୍ରଭାବ ପକାଇଥାଏ।

  • Related Posts

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

    ରସଗୋଲା ଦିବସ

    ଭୁବନେଶ୍ୱର: ରସଗୋଲା କାହାକୁ ବା ଭଲ ନ ଲାଗେ । ସମ୍ପର୍କରେ ମିଠାପଣ ଭରେ ଉତ୍ସବରେ ମଧୁରତା ଆଣିଥାଏ ସେ ରସଗୋଲା । ଓଡ଼ିଆ ଘରେ ଅତିଥି ଚର୍ଚ୍ଚା ହେଉ କି ଆନନ୍ଦ ଉଲ୍ଲାସର ମୁହୂର୍ତ୍ତ ସବୁଠି ଲୋଡା ପଡ଼େ ରସଗୋଲା…

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଧାରଣାରେ ୫୫ ଆଦିବାସୀ ପରିବାର

    ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ

    ୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍