ଭିଜିଲାନ୍ସ ପଞ୍ଝାରେ ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି। ଜୟପୁର, ମାଲକାନଗିରି, କଟକ ଏବଂ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ରେଡ୍‌ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଜୟପୁର ଘରୁ ପ୍ରାୟ ଦେଢ କୋଟି ଟଙ୍କା ଜବତ ହେଲାଣି। କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ଵର ହାଉସିଂ ବୋର୍ଡ କଲୋନୀ ଓ ଭୀମଟାଙ୍ଗୀରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି। ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ମାଲକାନଗିରିର ୪ଟି ସ୍ଥାନ ରେଡ୍ କରୁଛି ଭିଜିଲାନ୍ସ ଟିମ। ମାଲକାନଗିରି ଜିଲ୍ଲାର ସରକାରୀ କାର୍ୟ୍ୟାଳୟ ସହ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ , ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳ ଓ ଡବ୍ଲୁଏମଟି ଅମିଅ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି ।

  • Related Posts

    ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

    ୧୦/୦୪/୨୦୨୬,ଅନୁଗୋଳ:ଅନୁଗୋଳ ଜିଲ୍ଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଅଭିଯୁକ୍ତ ବାବୁଲା…

    Continue reading
    ରାଜଧାନୀର ୩ଟି ମନ୍ଦିରରୁ ହୋଇଛି ସିରିଜ ଲୁଟ୍

    ଭୁବନେଶ୍ୱର: ମନ୍ଦିରରୁ ସୁନା ମୂର୍ତ୍ତି ନେଇଗଲେ ଡକାୟତ । କୋଟି କୋଟି ଟଙ୍କାର ଠାକୁରଙ୍କୁ ଚୋରି କରି ନେଇଗଲେ ଲୁଟେରା । କୌଣସି ଉପାନ୍ତ ଗାଁ ନୁହେଁ ରାଜଧାନୀ ଛାତି ଉପରେ ହୋଇଛି ଏଭଳି ଲୁଟ୍ । ଗୋଟିଏ କି ଦୁଇଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ