ମଣିପୁର ହିଂସା: ଥାନା ଓ ବିଧାୟକଙ୍କ ବାସଭବନରେ ଜଳାପୋଡା ଘଟଣାରେ ୮ ଗିରଫ

ମଣିପୁରରେ ଜାତିଗତ ବିବାଦ ଏବଂ ହିଂସା ଥମିବାର ନାଁ ଧରୁନି। ରାଜ୍ୟରେ ସାମ୍ପ୍ରତିକ ହିଂସା ମଧ୍ୟରେ ଥାନା ଏବଂ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ ଅଭିଯୋଗରେ ୮ ଜଣଙ୍କୁ ଗିରଫ କରାଯାଇଥିବା ଶନିବାର ଏକ ବିବୃତ୍ତିରେ କହିଛି ପୁଲିସ। ରାଜ୍ୟରେ ଏକାଧିକ ହିଂସାତ୍ମକ ଘଟଣାରେ ଏହି ୮ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ କହିଛି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପୁଲିସ ସୂଚନା ଦେଇଛି।
ପୁଲିସର ସୂଚନା ଅନୁସାରେ, ନଭେମ୍ବର ୨୮ (ଗୁରୁବାର) ଦିନ ଇମ୍ଫାଲ ପଶ୍ଚିମ ଜିଲ୍ଲାର ପାଟସୋଇ ଥାନା ଅଞ୍ଚଳର ଚୋଂଗଥମ ଥୋଇଚା (୨୦)ଙ୍କୁ ଗିରଫ କରାଯାଇଛି। ଗତ ନଭେମ୍ବର ୧୬ରେ ହୋଇଥିବା ହିଂସାରେ ନିର୍ବାଚିତ ପ୍ରତିନିଧିଙ୍କ ସମ୍ପତ୍ତି ଜାଳିଦେବା ଅଭିଯୋଗରେ ଥୋଇଚାଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ ଏହି ଆକ୍ରମଣ ପରେ ସେହି ଅଞ୍ଚଳରେ ଉତ୍ତେଜନା ବଢ଼ିଥିଲା। ଏହା ବ୍ୟତୀତ ନଭେମ୍ବର ୨୭ରେ, କାକଚିଙ୍ଗ୍ ଥାନା ଏବଂ ଏହାର ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରାଯାଇଛି। ଏହି ହିଂସାତ୍ମକ ଆକ୍ରମଣ ସ୍ଥାନୀୟ ସମ୍ପ୍ରଦାୟ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ବ୍ୟାପକ ସଂଘର୍ଷର ଏକ ଅଂଶ ବୋଲି ପୁଲିସ କହିଛି।
ପ୍ରକାଶ ଥାଉ, ମଣିପୁରରେ ମେତେଇ ସମ୍ପ୍ରଦାୟ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ବିବାଦ ଆରମ୍ଭ ହେବା ପରଠୁ ରାଜ୍ୟରେ ହିଂସା ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ହେବ ଜାରି ରହିଛି। ଏହି ହିଂସାରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକ ବାସହୀନ ହୋଇଯାଇଛନ୍ତି। ତେବେ ନଭେମ୍ବର ମାସ ଦ୍ୱତୀୟ ସପ୍ତାହରେ ମେତେଇ ସଂପ୍ରଦାୟର ଗୋଟିଏ ପରିବାରର ୬ ଜଣଙ୍କୁ ଜିରିବାମ ଜିଲ୍ଲାରୁ ଉଗ୍ରବାଦୀମାନେ ଅପହରଣ କରିନେଇଥିଲେ। ପରେ ସେମାନଙ୍କ ମୃତଦେହ ମିଳିଥିଲା। ଯାହାପରେ ରାଜ୍ୟରେ ସ୍ଥିତି ପୁଣି ବେକାବୁ ହେବାରେ ଲାଗିଛି।

  • Related Posts

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ପୂରିଲା ୬ ବର୍ଷ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉଭୟ ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସତ…

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ନୂଆଦିଲ୍ଲୀ : ଉପରେ ଏକ ବଡ଼ ସଙ୍କଟ ମାଡ଼ିଆସୁଛି। ଏହି ସଙ୍କଟ ଦେଶର ଅର୍ଥନୀତିକୁ ଏକ ବଡ଼ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି।ବାସ୍ତବରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ର ବିନିମୟ ମୂଲ୍ୟ ଖୁବ୍ ଶୀଘ୍ର ୯୦ ସ୍ତର…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା