
ଭୁବନେଶ୍ବର : ମୋ’ ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ସହରରେ ନିୟମିତ ଦୁର୍ଘଟଣା ଘଟୁଛି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ଆଗାମୀ ଦିନରେ କୌଣସି ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଲେ, ତୁରନ୍ତ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପର୍ୟ୍ୟନ୍ତ ରଦ୍ଦ କରାଯିବ। ଏଣିକି ମୋ ବସ୍ କର୍ମଚାରୀଙ୍କୁ ନିୟମିତ ମଦ୍ୟପାନ ଯାଞ୍ଚ କରାଯିବ। ଏଥିସହ ସ୍ବତନ୍ତ୍ର ଡ୍ରାଇଭର ତାଲିମ କାର୍ୟ୍ୟକ୍ରମ, ଯାତ୍ରୀ ଓ ସହକର୍ମୀଙ୍କ ପ୍ରତି ଆଚରଣ ଓ ବ୍ୟବହାରଗତ ପ୍ରଶିକ୍ଷଣ ଦିଆଯିବ। କାର୍ୟ୍ୟସ୍ଥଳରେ ସ୍ବତନ୍ତ୍ର ମନିଟରିଂ କରାଯିବା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।ବସ୍ ଚଳାଚଳ ଏହାବ୍ୟତୀତ ସୁରକ୍ଷା ନିୟମଗୁଡ଼ିକର କଡ଼ାକଡ଼ି ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଙ୍ଘନ ପାଇଁ ଜଣେ ଚାଳକ ଏବଂ କଣ୍ଡକ୍ଟରଙ୍କୁ ନିଲମ୍ବନ କରାଯାଇଛି। କ୍ରୁଟ୍ର କାର୍ୟ୍ୟନିର୍ବାହୀ ଦଳ ଦ୍ୱାରା ମଦ୍ୟପାନ ଯାଞ୍ଚ ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଉଭୟ ଚାଳକ ଏବଂ କଣ୍ଡକ୍ଟରଙ୍କୁ ନିଲମ୍ବନ କରାଯାଇଛି। ଅପରପକ୍ଷେ କ୍ରୁଟ୍ ମହା ପ୍ରବନ୍ଧକ ଏବଂ ପରିଚାଳନା ନିର୍ଦେଶକ ଡ.ଏନ୍.ତିରୁମାଲା ନାୟକ ଶୁକ୍ରବାର ବିଭିନ୍ନ ସ୍ଥାନରେ ମୋ’ ବସ୍ରେ ଯାତ୍ରା କରି ସ୍ଥିତି ପରଖିଛନ୍ତି। ମୋ’ ବସ୍ରେ ମିଳୁଥିବା ସେବା ବିଷୟରେ ଅବଗତ ହେବା ପୂର୍ବକ ବିଭିନ୍ନ ବର୍ଗର ଯାତ୍ରୀ, ଚାଳକ ଓ କଣ୍ଡକ୍ଟରଙ୍କ ସହ କଥା ହୋଇଛନ୍ତି।ଅନ୍ୟ ଜଣେ ଚାଳକ ଏବଂ କଣ୍ଡକ୍ଟର କାର୍ୟ୍ୟ ସମୟରେ ବିଶୃଙ୍ଖଳା କାର୍ୟ୍ୟକଳାପ ପାଇଁ ଦୁଇ ମାସ ପାଇଁ ନିଲମ୍ବନ କରାଯାଇଛି।