
ପୁରୀ: ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ତଳକୁ ଖସିପଡ଼ିଛି ଏକ ବୋଲେରୋ। ଭାରସାମ୍ୟ ହରାଇ ଗୋଟିଏ ମହଲାରୁ ତଳକୁ ଏହି ବୋଲେରୋଟି ଖସିପଡ଼ିଛି। ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଗୁରୁତର ଥିବା ଡ୍ରାଇଭର ଜଣକ ଭଦ୍ରକ ଜିଲା ଧାମରା ଅଞ୍ଚଳର ବୋଲି ଜଣାପଡ଼ିଛି।




