ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ବାଟ ଫିଟିଲା

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ଆପୋଷ ସମାଧାନ ଦିଗରେ ଓଡ଼ିଶା ଓ ଛତିଶଗଡ଼ ସରକାର ଆଉ ଦୁଇପାଦ ଆଗକୁ ଯାଇଛନ୍ତି । ଉଭୟ ରାଜ୍ୟର ମୁଖ୍ୟ ସଚିବଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ଆଲୋଚନା ନୂଆ ମୋଡ଼ ନେଇଛି । ଆସନ୍ତା ୬ତାରିଖରେ ମହାନଦୀ ଜଳ ଟ୍ରିବ୍ୟୁନାଲରେ ଶୁଣାଣି ପୂର୍ବରୁ ଦୁଇ ରାଜ୍ୟର ମୁଖ୍ୟ ସଚିବସ୍ତରୀୟ ଆଲୋଚନା ବେଶ୍ ଗୁରୁତ୍ୱ ବହନ କରୁଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ସଚିବ ଏକ ଉଚ୍ଚସ୍ତରୀୟ ବୈଠକରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୌହାର୍ଦ୍ଧ୍ୟପୂର୍ଣ୍ଣ ଆଲୋଚନା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ଉଭୟ ରାଜ୍ୟର ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ସେପ୍ଟେମ୍ବର ମାସରେ ଉଭୟ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି)ଙ୍କ ନେତୃତ୍ୱରେ ଗଠିତ ଟେକ୍ନିକାଲ କମିଟି ସାପ୍ତାହିକ ବୈଠକ କରି ଜଳ ବଣ୍ଟନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଚିହ୍ନଟ ଓ ସମାଧାନ କରିବ । ଦୁଇ ରାଜ୍ୟ ମଧ୍ୟରେ ମହାନଦୀ ଜଳ ବଣ୍ଟନ ପାଇଁ ଏକ ଶକ୍ତିଶାଳୀ ‘ସଂସ୍ଥାଗତ ଆଧାର’ ପ୍ରସ୍ତୁତ ପାଇଁ ମଧ୍ୟ ଆଲୋଚନା ହେବ । ଅକ୍ଟୋବର ମାସରେ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ଜଳ ସମ୍ପଦ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଏ ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯିବ ।
ମହାନଦୀ ଜଳ ବିବାଦର ଦୀର୍ଘମିଆଦୀ ସମାଧାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ମଧ୍ୟରେ ସୁବିଧା ଅନୁସାରେ ଡିସେମ୍ବରରେ ଏକ ବୈଠକ ହେବାର ସମ୍ଭାବନା ରହିଛି । ଏହି ପ୍ରସ୍ତାବିତ ବୈଠକରେ ଆଲୋଚନାର ଅଗ୍ରଗତି ସହ ଉଭୟ ରାଜ୍ୟର ଜନସାଧାରଣଙ୍କ ସ୍ୱାଥର୍କୁ ଦୃଷ୍ଟିରେ ମହାନଦୀ ଜଳବିବାଦର ଦୀର୍ଘକାଳୀନ ଓ ସହମତିଭିତ୍ତିକ ସମାଧାନ ପାଇଁ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ଓ ସ୍ଥାୟୀ ସମାଧାନ ମାର୍ଗ ଅନ୍ୱେଷଣ କରିବେ । ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବିବାଦର ଆପୋଷ ସମାଧାନ କରାଯିବ ବୋଲି ଗତ ଜୁନ୍ ମାସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସୂଚନା ଦେଇଥିଲେ । ଏହାପରେ ସେ ଜୁଲାଇ ୨୫ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏଙ୍କୁ ଏକ ଚିଠି ଲେଖି ଆପୋଷ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକୁ ସ୍ୱାଗତ କରି ଶ୍ରୀ ସାଏ ଏହି ପ୍ରସ୍ତାବ ତାଙ୍କ ସରକାରଙ୍କ ବିଚାରାଧୀନ ଥିବା କହି ଅଗଷ୍ଟ ୧ ତାରିଖରେ ଚିଠି ମାଧ୍ୟମରେ ଜଣାଇଥିଲେ । ଆଜି ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ବୈଠକ ଏହି ଚିଠି ଆଦାନପ୍ରଦାନ ପରେ ଆଲୋଚନାକୁ ଆହୁରି ଦୁଇ ପାଦ ଆଗକୁ ବଢ଼ାଇଛି ।

  • Related Posts

    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading
    ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

    * ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ