ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନ ବେଶି ଦାୟୀ: ନରସିଂହ

ବଲାଙ୍ଗୀର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏବର ସରକାର ଅପେକ୍ଷା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ଦାୟୀ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ବୁଧବାର କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ଦେଇ ପୂର୍ବତନ ବିରୋଧୀ ଦଳ ନେତା ମିଶ୍ର କହିଥିଲେ ଯେ, ମହାନଦୀ ଜଳ ବିବାଦ ପ୍ରସଙ୍ଗଟି ଯେବେ ଉଠିଲା ସେତେବେଳେ ସେ ନିଜେ ବିଧାନସଭାରେ ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ବାରମ୍ବାର ଚିଠି ଲେଖିଥିଲେ। ସେ ସେଇ ଚିଠିର କୌଣସି ଉତ୍ତର ଦେଲେନାହିଁ। ଏହାପରେ ସେ ନିଜେ ବିରୋଧୀ ଦଳ ନେତା ଭାବେ ସର୍ବଦଳୀୟ ବୈଠକ ଡାକିଥିଲେ। ସେହି ବୈଠକକୁ ସେ କିମ୍ବା ତାଙ୍କର କୌଣସି ପ୍ରତିନିଧି ଆସିଲେନାହିଁ। ଏଥିରୁ ତାଙ୍କର କେତେ ଆଗ୍ରହ ଥିଲା ଜଣାପଡୁଛି। ଖାଲି ସେତିକି ନୁହେଁ, ସେ ଏକ ପ୍ରଶ୍ନର ମାରାତ୍ମକ ଉତ୍ତର ଦେଇଥିଲେ। ଅଣମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାରକୁ ଯଥେଷ୍ଠ ପାଣି ଆସୁଛି ବୋଲି ଉତ୍ତର ଦେଇଥିଲେ। କିଛି ନ ହେଲେ ବି ଏବର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଆଲୋଚନା କରି ନିଷ୍ପତ୍ତି ନେଉଛନ୍ତି। ଚେଷ୍ଟା କରୁଛନ୍ତି ଯେ, ବିବାଦର ଆପୋଷ ସମାଧାନ କରିବେ। ଆମେ ସେତେବେଳେ ଟ୍ରିବ୍ୟୁନାଲ ଦାବି କରିଥିଲୁ। କିନ୍ତୁ ଏବେ ଯେଉଁ ଆପୋଷ ସମାଧାନ କଥା କୁହାଯାଉଛି ସେଥିରେ ମହାନଦୀ ଜଳ ବିବାଦର ସମାଧାନ ବାଟ ବାହାରିବ ଏହି ଆଶା ତାଙ୍କର ନାହିଁ ବୋଲି ମିଶ୍ର କହିଛନ୍ତି।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ