
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ଉପରେ ଆରମ୍ଭରୁ କଡ଼ା ଆଭିମୁଖ୍ୟ ନେଇ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଆସିଛନ୍ତି। ବିଶେଷ କରି ଉଚ୍ଚ ସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି।
ଏଥିପାଇଁ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧିର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହାର ବିଭିନ୍ନ ପଦବୀ ସଂଖ୍ୟା ବୃଦ୍ଧି କରାଯାଇ ନୂଆ ପଦବୀ ସୃଷ୍ଟି କରାଯାଇଛି।
ରାଜ୍ୟ ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସ.ପି , ୨୪ଟି ଡି.ଏସ.ପି ପଦବୀ ଓ ୧୬ ଟି ପୋଲିସ ସବ୍ ଇନ୍ସପେକ୍ଟର ପଦବୀ ସୃଷ୍ଟି କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।




