ମୋଦି ସରକାର ଶ୍ରମିକ ମାନଙ୍କର କାମ ମାଗିବା ଅଧିକାରକୁ ବନ୍ଦ କରିଦେଲେ- କଂଗ୍ରେସ

ଭୁବନେଶ୍ୱର: ଭାରତ ବର୍ଷର ଶ୍ରମିକମାନଙ୍କୁ ତାଙ୍କର ସମ୍ମାନ ସହ ବଞ୍ଚିବାର ଅଧିକାରକୁ କଂଗ୍ରେସ କେନ୍ଦ୍ରରେ ସରକାରରେ ୨୦୦୫ ମସିହାରେ ଥିଲା ବେଳେ ସାମ୍ବିଧାନିକ ଅଧିକାର ଦେଇଥିଲା । ୨୦୦୫ ମସିହା ଅଗଷ୍ଟ ମାସ ୨୩ ତାରିଖ ଦିନ ଲୋକସଭାରେ ଜାତୀୟ ଗ୍ରାମିଣ ନିଶ୍ଚିତ କ୍ରମନିଯୁକ୍ତି ଯୋଜନା ବିଲ ଲୋକସଭାରେ ପାରିତ ହୋଇଥିଲା ଏବଂ ୨୦୦୬ ମସିହାରେ ଏହା ଆଇନରୂପରେ କାର୍ଯ୍ୟକାରୀ କରାଗଲା । ୨୦୦୯ ମସିହାରେ ନରେଗା ନାମ ପରିବର୍ତ୍ତନ କରାଯାଇ ମନରେଗା କରାଯାଇଥିଲା । ଏହି ଆଇନ ବଳରେ ଭାରତବର୍ଷର ଶ୍ରମିକମାନେ ପ୍ରତିବର୍ଷ ୧୦୦ ଦିନର କାମ ତାଙ୍କ ନିଜ ଅଞ୍ଚଳରେ ରହି ପାଇବାପାଇଁ ତାଙ୍କୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଥିଲା । ଏହି ଆଇନ ବଳରେ ଜଣେ ଶ୍ରମିକ ସେ ମହିଳା ହେଉ କି ପୁରୁଷ ହେଉ କାମ ମାଗିବାର ୧୫ ଦିନ ମଧ୍ୟରେ ତାଙ୍କୁ କାମ ପ୍ରଦାନ କରାଯାଉଥିଲା ଯଦି କାମ ତାଙ୍କୁ ପ୍ରଦାନ କରାଯାଇ ପାରୁନଥିଲା ତାହାଲେ ତାଙ୍କୁ ଭତ୍ତା ପ୍ରଦାନ କରାଯାଉଥିଲା । ଅର୍ଥାତ କାମ ଯୋଗାଇବା ସରକାରଙ୍କର ଦାୟିତ୍ୱ କାମ କରିବା ତାର ଅଧିକାର । ମନରେଗା ଭାରତବର୍ଷର କୋଟି କୋଟି ଶ୍ରମିକମାନଙ୍କୁ ରୋଜଗାର କରିବାରେ ସାହାଭରଷା ହୋଇଥିଲା । ଶ୍ରମିକମାନଙ୍କର ବଞ୍ôଚବାର ଅଧିକାରକୁ ମନରେଗା ସଂପୂର୍ଣ୍ଣରୂପେ ପୂରଣ କରୁଥିଲା । ଏହି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନୁସାରେ ପଞ୍ଚାୟତ ସ୍ଥିର କରୁଥିଲା ନିଜ ଅଞ୍ଚଳରେ କେଉଁସବୁ କାର୍ଯ୍ୟ କରାଯିବ ବିଶେଷ କରି ଗ୍ରାମାଞ୍ଚଳରେ ପୋଖରୀ ଖୋଳିବା ଠାରୁ ଆରମ୍ଭ କରି ରାସ୍ଥା ଓ କୂଅ ଖୋଳିବା ପର୍ଯ୍ୟନ୍ତ କାମ କରାଯାଉଥିଲା । ଏହାଦ୍ୱାରା ଗ୍ରାମାଞ୍ଚଳରେ ଗ୍ରାମ୍ୟଭିତ୍ତିକ ସମ୍ପତ୍ତି ସୃଷ୍ଟି କରାଯାଉଥିଲା । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜାନରେ କେନ୍ଦ୍ର ସରକାର ସମସ୍ତ ମଜୁରି ଖର୍ଚ୍ଚ ବହନ କରିବା ସହିତ ମେଟେରିଆଲ ଦାମର ୭୫ ପ୍ରତିଶତ ଖର୍ଚ୍ଚ କରୁଥିଲେ । ଏହି ଯୋଜନା ଏକ ଡିମାଣ୍ଡ ବେସଡ ବା ଚାହିଦା ଅନୁସାରେ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଥିଲା ଅର୍ଥାତ ଏହି ଯୋଜନାର ବଜେଟ ପରିମାଣ ଯାହା ହୋଇଥିଲେ ମଧ୍ୟ ଯଦି ଖର୍ଚ୍ଚ ବଜେଟ ପରିମାଣ ଠାରୁ ଅଧିକ ହେଉଥିଲେ ତାକୁ ମଧ୍ୟ କେନ୍ଦ୍ର ସରକାର ଦେଉଥିଲେ । କିନ୍ତୁ ନରେନ୍ଦ୍ର ମୋଦିଙ୍କ ସରକାର ଗତକାଲି ଏହି ଆଇନର ପରିବର୍ତ୍ତନ କରି ଶ୍ରମିକ ମାନଙ୍କର ସାମ୍ବିଧାନିକ ଅଧିକାରକୁ ଛଡ଼ାଇନେଲେ । ଯେଉଁ ନୂଆ ଯୋଜନାକୁ ପ୍ରଣୟନ କଲେ ତାର ନାମ କରଣ ବିକଶିତ ଭାରତ ଗ୍ୟାରେଣ୍ଟି ରୁରାଲ ଆଜିଭିକା ମିଶନ-ଗ୍ରାମୀଣ କରାଗଲା । ମହାତ୍ମା ଗାନ୍ଧୀଙ୍କର ନାମକୁ ଏହି ଯୋଜନାରୁ କାଟିଦିଆଗଲା ଭାରତବର୍ଷର ଜାତିର ପିତାଙ୍କୁ କାହିଁକି ନରେନ୍ଦ୍ର ମୋଦି ସରକାର ବିଜେପି ଦଳ ଓ ଆରଏସଏସ ଏତେ ଘୃଣା କରୁଛନ୍ତି । ଭାରତବର୍ଷକୁ ଯିଏ ସ୍ୱାଧୀନ କଲା ତାଙ୍କ ନାମକୁ ସର୍ବାଗ୍ରେ ରଖିବା ପରିବର୍ତ୍ତେ ତାଙ୍କ ନାମକୁ କାଟିଦେବା ଦ୍ୱାରା ଭାରତ ବର୍ଷ କ’ଣ ଅଧିକ ବିକଶିତ ହୋଇଗଲାକି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ପ୍ରଶ୍ନ କରିଛନ୍ତି । ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଲେ ଯେ କେନ୍ଦ୍ର ମୋଦି ସରକାର ଗତକାଲି ପାର୍ଲ୍ୟାମେଣ୍ଟରେ ଯେଉଁ ବିକଶିତ ଭାରତ ନିଶ୍ଚିତ ରୋଜଗାର ଅଜିବିକା-ଗ୍ରାମିଣ ବିଲ ଲୋକସଭାରେ ପାରିତ କଲେ ଏହି ବିଲର ନୂଆ ନିୟମ ଅନୁସାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅଂଶଧନ ଦେବେ ଏବଂ ରାଜ୍ୟ ସରକାର ୪୦ ପ୍ରତିଶତ ଅଂଶଧନ ଦେବେ ରାଜ୍ୟର ପରିଚାଳନାଗତ ଖର୍ଚ୍ଚକୁ ହିସାବକୁ ନେଲେ ଏହା ୫୦ ପ୍ରତିଶତ ପାଖାପାଖି ହୋଇଯିବ । ଏହି ନୀୟମ ଅନୁସାରେ କୃଷି ଉତ୍ପାଦନ ଓ ବେଉଷଣ ସମୟରେ ୬୦ ଦିନ ନିଯୁକ୍ତିକୁ ପ୍ରଦାନକୁ ସ୍ଥଗିତ ରଖାଯିବ ଯାହାକି ମନରେଗାରେ ଏହି ନୀୟମ ନଥିଲା । ମୋଦି ସରକାରଙ୍କର ୧୧ ବର୍ଷର ଶାସନକାଳ ଭିତରେ ଶ୍ରମିକମାନଙ୍କୁ ହାରାହାରି ୫୦ ଦିନରୁ ଅଧିକ କାମ ଯୋଗାଇ ଦେଇନାହାନ୍ତି । ଏପରକି ୨୦୨୪-୨୫ ରେ ହାରାହାରି ୪୨ ଦିନ କାମ ଯୋଗାଇ ଦେଇଥିଲା ବେଳେ ୨୫-୨୬ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୩୭ ଦିନ କାର୍ଯ୍ୟ ଯୋଗାଇ ଦିଆଯାଇ ନାହିଁ । କୋଭିଡ ସମୟରେ ମନରେଗା ଯୋଗୁଁ କୋଟି କୋଟି ଶ୍ରମିକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା ଏବଂ ତାଙ୍କ ଜୀବନକୁ ରକ୍ଷା କରାଯାଇପାରିଥିଲା । ଏହି ନୂଆ ନୀୟମ ଅନୁସାରେ ବଜେଟର ପରିମାଣ କେନ୍ଦ୍ର ସରକାର ସ୍ଥିର କରିବେ କେଉଁ କାମ ହେବ ତାହା ମଧ୍ୟ କେନ୍ଦ୍ର ସ୍ଥରରେ ସ୍ଥିର ହେବ ଫଳରେ ପଞ୍ଚାୟତର ଭୂମିକାକୁ ଗୌଣ କରିଦିଆଗଲା । ରାଜ୍ୟ ମାନଙ୍କର ଅଂଶଧନ ୪୦ ପ୍ରତିଶତ କରିବା ଦ୍ୱାରା ବହୁ ରାଜ୍ୟମାନେ ଏହି ଯୋଜନାକୁ କାର୍ଯ୍ୟକାରୀ କରିପାରିବେ କି ନାହିଁ ଏହା ସଂଦେହଜନକ ଫଳରେ କୋଟି କୋଟି ଶ୍ରମିକମାନେ ନିଜର ଅଧିକାରକୁ ସବୁଦିନ ପାଇଁ ହରାଇବେ ସେମାନେ ଆଉ କାମ ପାଇବେ ନାହିଁ । ତାଙ୍କର ସାମ୍ବିଧାନିକ ଅଧିକାରକୁ ସବୁଦିନ ପାଇଁ ମୋଦି ସରକାର ଲୋପ କରିଦେଲେ । ଆମ ରାଜ୍ୟରେ ୬୭.୫ ଲକ୍ଷ ଶ୍ରମିକମାନେ ମନରେଗା ଦ୍ୱାରା କାମ ପାଉଥିଲେ ଫଳରେ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଏହା ବଳିଷ୍ଠ କରିପାରୁଥିଲା । ମୋଦି ସରକାର ଉଭୟ କୃଷକ ଓ ଶ୍ରମିକ ବିରୋଧି ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

  • Related Posts

    ଦିଲ୍ଲୀରୁ ଫେରିଲେ ମନମୋହନ, ବିମାନବନ୍ଦରରେ ବିପୁଳ ସ୍ବାଗତ

    ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ ପରେ ଓଡ଼ିଶା ଫେରିଛନ୍ତି ମନମୋହନ ସାମଲ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଏକାଠି ହୋଇଛନ୍ତି। ପାରମ୍ପରିକ ଢୋଲ, ବାଜା ବଜାଇ…

    Continue reading
    ବିଜେଡିରୁ ନିଲମ୍ବିତ ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ

    ଭୁବନେଶ୍ବର : ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ। ସେହିପରି ମୁକ୍ତିକାନ୍ତଙ୍କ ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ