ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଟକ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ଯୁବତୀଙ୍କୁ ଚାକିରି କରାଇ ଦେବାକୁ କହି ଘରୁ ଡାକି ଆଣି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି(ଶନିବାର) ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥରେ ଏକ ମାରୁତି ଓମିନି ଗାଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ୫ ଯୁବକ ସଂଶ୍ଲିଷ୍ଟ ଥିବା ବେଳେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ଉଦଳା ଏସଡିପିଓ ହୃଷିକେଶ ନାଏକ ସୂଚନା ଦେଇଛନ୍ତି ।ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଯୁବତୀ ତାଙ୍କ ଚିହ୍ନା ପରିଚିତ ଉଦଳା ଅଞ୍ଚଳର ଯୁବକଙ୍କୁ ଚାକିରି ପାଇଁ କହିଥିଲେ । ଯୁବକ ଜଣକ ଏକ କମ୍ପାନୀରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଗତକାଲି(ଶନିବାର) ଯୁବକ ଜଣଙ୍କ ଅନ୍ୟ ଜଣେ ଯୁବକ ସହ ମିଶି ଏକ ମାରୁତି ଓମିନି ଗାଡିରେ ପୀଡିତାଙ୍କ ଘରେ ପହଞ୍ଚିଥିଲେ । ସେଠାରୁ ଯୁବତୀଙ୍କୁ ସାଙ୍ଗରେ ନେଇ ଚାକିରି କରାଇଦେବାକୁ କହି ବାହାରି ଥିଲେ। ରାସ୍ତାରେ ଗାଡିରେ ଚଢିଥିଲେ ଆଉ ୩ ଯୁବକ । ଏହା ପରେ ସେମାନେ ବାଙ୍ଗିରିପୋଷିଠୁ ୮୦ କିଲୋମିଟର ଦୂର ଗଲାପରେ ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥ କଡରେ ଏକ ନିଛାଟିଆ ସ୍ଥାନରେ ଗାଡିକୁ ଛିଡା କରି ଯୁବତୀଙ୍କୁ ୫ ଜଣ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ।ତେବେ ପୀଡିତାଙ୍କ ପାଟି ଶୁଣି ଭୟରେ ଯୁବତୀଙ୍କୁ ଗାଡିରୁ ଠେଲି ଦେଇ ଗାଡିରେ ଫେରାର ହୋଇଯାଇଥିଲେ । ଏହା ପରେ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ପୀଡିତା ଘରକୁ ଯାଇ ପରିବାର ଲୋକଙ୍କୁ ଜଣାଇବା ପରେ ଉଦଳା ଥାନାରେ ଅଭିଯୋଗ କରିଥିଲେ । ଉଦଳା ପୋଲିସ କେସ ନମ୍ବର-୩୫୬ରେ ମାମଲା ରୁଜୁ କରି ତଦନ୍ତ କରୁଛି ।ଉଦଳା ପୋଲିସ ମାମଲା ରୁଜୁ କରି ଏହି ଗଣଦୁଷ୍କର୍ମ ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି । ଏନେଇ ଉଦଳା ଏସଡିପିଓ ହୃଷିକେଶ ନାୟକ କହିଛନ୍ତି, ‘ପୀଡିତାଙ୍କ ଏତଲାକୁ ଆଧାର କରି ଉଦଳା ଥାନାରେ କେସ ନମ୍ବର-୩୫୬ରେ ମାମଲା ରୁଜୁ କରାଯାଇଛି । ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ୨ ଜଣଙ୍କୁ ଅଟକ ରଖାଯାଇଛି । ମାମଲାର ତଦନ୍ତ ଜାରି ରହିଛି ।

  • Related Posts

    କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

    ରାଜନଗର : କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର। ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋଲହା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଘର ପାଖ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ନାବାଳିକା…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ