ରତ୍ନାକର ସାହୁ ଅସୁସ୍ଥ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁ ଅସୁସ୍ଥ । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କାର୍ୟ୍ୟରତ ସମୟରେ ଅଫିସ ଭିତରେ ଅସୁସ୍ଥ ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍‌ ନିଆଯାଇଛି।
ଗତକାଲି ଶ୍ରୀ ସାହୁ ଗଣମାଧ୍ୟମକୁ କହିଥିଲେ, ମୋ ବିରୋଧରେ ସ୍ୱଚ୍ଛ ସାଥୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ମୋତେ ଓ ମୋର ବ୍ୟକ୍ତିତ୍ଵକୁ ଲୋକ ଜାଣିଛନ୍ତି। ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। କିନ୍ତୁ ଆଇନ ତା ବାଟରେ କାମ କରିବ। ସୋମବାର ଗ୍ରିଭାନ୍ସ ଥିବାରୁ କାର୍ୟ୍ୟାଳୟରେ ମୁଁ ଗ୍ରୀଭାନ୍ସ ଟେକ୍‌ଅଫ୍‌ କରୁଥିଲି। କମିସନର ନଥିବାରୁ ମୁଁ ଦାୟିତ୍ୱ ତୁଲାଉଥିଲି। କାମ ସରୁସରୁ କର୍ପୋରେଟର ଜୀବନ ବାବୁ ଆଉ ୫ଜଣ ଅଫିସ ଭିତରକୁ ପଶି ଆସିଲେ। ମୋତେ ଲାଗିଲା ସେମାନେ ଗ୍ରୀଭାନ୍ସ ଦେବେ। ହେଲେ ଜୀବନ ବାବୁ ରୋକଠୋକ୍‌ ପଚାରିଲେ। ତା’ ପରେ ମୋତେ ସମସ୍ତେ ଟାଣି ଟାଣି ଗାଡ଼ି ଭିତରକୁ ନେବାକୁ ବାହାରିଲେ।ମୋତେ ଅଫିସରୁ ଘୋଷାଡି ଘୋଷାଡି ମୁଥ ମାରି ଗ୍ରାଉଣ୍ଡ ଫ୍ଲୋର ଯାଏ ଆଣିଲେ। ଆଇନ୍‌ ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ଏଭଳି ମିଛ କଥା ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ।

ସୂଚନାଯୋଗ୍ୟ, ବିଏମ୍‌ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ୟ୍ୟାଳୟରେ ହିଁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ୟ୍ୟାଳୟକୁ ପଶି ତାଙ୍କୁ ଗାଳିଗୁଳଜ କରିବା ସହ ଶାରୀରିକ ଆକ୍ରମଣ କରିଥିଲେ। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଆକ୍ରମଣକାରୀମାନେ ସାହୁଙ୍କୁ ତାଙ୍କ କାର୍ୟ୍ୟାଳୟରୁ ଘୋଷାଡ଼ି ବାହାରକୁ ଆଣି ମାଡ଼ ମାରିଥିଲେ। ତାଙ୍କୁ ଲାତ ଓ ମୁଥ ମଧ୍ୟ ମରା ଯାଇଥିଲା। ଆକ୍ରମଣର ଶିକାର ହେଲା ପରେ ଶ୍ରୀ ରତ୍ନାକର ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ ଆଣିଛନ୍ତି। ପୁଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଏପର୍ୟ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି। ଗତକାଲି ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ପୁଲିସ ସୋମବାର ଦିନ ତିନିଜଣ ଅଭିଯୁକ୍ତ (ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନ)ଙ୍କୁ ଗିରଫ କରିଥିଲା।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ