ରମେଶଙ୍କ ବୟାନ ବଢ଼ାଇଲା ସସପେନ୍ସ

ଭୁବନେଶ୍ୱର: ରୋଚକ ମୋଡରେ ରାଜ୍ୟସଭା ନିର୍ବାଚନ। ଭୋଟ୍ ଦେଇ ବାହାରିଛନ୍ତି କଂଗ୍ରେସର ବିଧାୟକ ରମେଶ ଜେନା । ହେଲେ ତାଙ୍କ ବୟାନ ଏବେ ରାଜନୈତିକ ମହଲରେ ସସପେନ୍ସ ବଢ଼ାଇଛି। ସେ ଭୋଟ୍ ତ ଦେଲେ, ହେଲେ କାହାକୁ ଦେଲେ ସେ କଥା ସ୍ପଷ୍ଟ କଲେନି। ଦଳୀୟ ହ୍ୱିପ୍ ମାନିଛନ୍ତି ନା କ୍ରସ୍ ଭୋଟିଂ କରିଛନ୍ତି, ତାକୁ ନେଇ ଏବେ କଂଗ୍ରେସ ଶିବିରରେ ଛନକା ପଶିଛି।
ବିଶେଷ କରି ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ରୋଚକ ମନ୍ତବ୍ୟ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।ସେ କହିଛନ୍ତି, ପାହାଡ ଉପରେ ଥିଲି। ମୋ ମୋବାଇଲରେ ନେଟୱର୍କ ନଥିଲା। ପିସିସ ସଭାପତି ଯାହାକୁ କହିଲେ ତାଙ୍କୁ ଦେଲି। ଗତ କିଛି ଦିନ ହେବ ଦାଶରଥୀଙ୍କ ପତ୍ତା ମିଳୁନଥିଲା। ଦଳ ଉପରେ ଦଳ ନୋଟିସ୍ ଜାରି କରୁଥିଲେ ମଧ୍ୟ ସେ ପାର୍ଟି ଅଫିସ୍ ଆସିନଥିଲେ। ହେଲେ ଆଜି ସିଧା ବିଧାନସଭାରେ ପହଞ୍ଚି ଭୋଟ୍ ଦେଇଛନ୍ତି ଦାଶରଥୀ।

  • Related Posts

    ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପୁଣି ଭିଡ଼ ଲାଗିଲାଣି

    ଭୁବନେଶ୍ୱର : ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚ ଆରମ୍ଭ ହୋଇଛି । ଟୋଲଗେଟ୍ ପାର୍ କଲେ, ମୋଟା ଅଙ୍କର ଇ-ଚାଲଣ କଟୁଛି । ହଜାରେ କି ଦୁଇ ହଜାର ନୁହେଁ, ଏକାବେଳକେ ୧୦ ହଜାର ଟଙ୍କା ଜରିମାନାର ମେସେଜ…

    Continue reading
    ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

    ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ