ରାଜସ୍ଥାନ ରୟାଲ୍‌ସ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଲେ ଦ୍ରାବିଡ଼

ନୂଆଦିଲ୍ଲୀ: ଆଇପିଏଲ ଦଳ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି ରାହୁଲ ଦ୍ରାବିଡ଼। ଗୋଟିଏ ଋତୁ ପରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି। ଦଳ ଆଇପିଏଲ-୨୦୨୫ରେ ଭଲ ପ୍ରଦର୍ଶନ କରିପାରି ନ ଥିବାରୁ ଦ୍ରାବିଡ଼ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଥିବା ଜଣାପଡ଼ିଛି। ଜୟପୁର ଭିତ୍ତିକ ଫ୍ରାଞ୍ଚାଇଜ ଶନିବାର ଏକ୍ସରେ ଏ ନେଇ ଘୋଷଣା କରିଛି। ଦ୍ରାବିଡ଼ ଗୋଟିଏ ଋତୁ ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିବା ନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି। ଦ୍ରାବିଡ଼ ହେଉଛନ୍ତି ଦ୍ବିତୀୟ ପ୍ରଶିକ୍ଷକ; ଯିଏ କି ୨୦୨୬ ଆଇପିଏଲ ମେଗା ନିଲାମ ହେବା ପୂର୍ବରୁ ଆଇପିଏଲ ଫ୍ରାଞ୍ଚାଇଜଠାରୁ ଅଲଗା ହୋଇଛନ୍ତି। ଗତ ମାସରେ ଚନ୍ଦ୍ରକାନ୍ତ ପଣ୍ଡିତ କଲକାତା ନାଇଟ ରାଇଡର୍ସର ପ୍ରଶିକ୍ଷକ ପଦ ଛାଡ଼ିଥିଲେ। ୨୦୨୩ ଆଇପିଏଲ ପୂର୍ବରୁ ଚନ୍ଦ୍ରକାନ୍ତ ପଣ୍ଡିତ କଲକାତା ନାଇଟ୍‌ ରାଇଡର୍ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ତାଙ୍କ ପ୍ରଶିକ୍ଷଣରେ କଲକାତା ୨୦୨୪ ଆଇପିଏଲ ଚମ୍ପିଆନ ହୋଇଥିଲା।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ନିର୍ଭରଯୋଗ୍ୟ ବ୍ୟାଟ୍‌ସମ୍ୟାନ ରାହୁଲ ଦ୍ରାବିଡ଼ ଗତ ୨୦୨୫ ଆଇପିଏଲ ଲାଗି ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ୨୦୨୪ ସେପ୍ଟେମ୍ବରରେ ଦ୍ରାବିଡ଼ ରାଜସ୍ଥାନର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବା ପରେ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ପୂର୍ବରୁ ଦ୍ରାବିଡ଼ ରାଜସ୍ଥାନ ରୟାଲ୍‌ସ ପାଇଁ ମଧ୍ୟ ୪୬ଟି ଆଇପିଏଲ ମ୍ୟାଚ ଖେଳିଥିଲେ। ଦ୍ରାବିଡ଼ଙ୍କ ପ୍ରଶିକ୍ଷଣରେ ରାଜସ୍ଥାନ ରୟାଲ୍‌ସ ଗତ ଆଇପିଏଲରେ ଭଲ ପ୍ରଦର୍ଶନ କରିବା​ରେ ବିଫଳ ହୋଇଥିଲା। ତାଙ୍କ ମାର୍ଗଦର୍ଶନରେ ରାଜସ୍ଥାନ ୧୪ଟି ମ୍ୟାଚରୁ ମାତ୍ର ୪ଟି ମ୍ୟାଚ ଜିତି ଟେବୁଲର ୯ମ ସ୍ଥାନ ହାସଲ କରିଥିଲା। ଦ୍ରାବିଡ଼ ୨୦୧୧ରୁ ୨୦୧୩ ପର୍ୟ୍ୟନ୍ତ ରାଜସ୍ଥାନ ରୟାଲ୍‌ସ ପାଇଁ ଖେଳିବା ସହ ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ୨୦୨୫ରେ ରାଜସ୍ଥାନ ଦଳର ମାର୍ଗଦର୍ଶକ ଥିଲେ।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ