ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି : ପ୍ରସନ୍ନ ଆଚାର୍ୟ୍ୟ

ଭୁବନେଶ୍ବର : ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ରାଜ୍ୟର ବିକାଶ କାର୍ୟ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଗାଁରେ କିଛି କାମ ହେଉନାହିଁ। ସରକାର କାମ ପାଇଁ ଟଙ୍କା ଦେଉନାହାଁନ୍ତି, ଯାହା ଟଙ୍କା ଅଛି କିଛି ଖର୍ଚ୍ଚ ବି ହେଉନାହିଁ। ଏ ସରକାର କେବଳ ବାହାସ୍ପୋଟ ମାରୁଛନ୍ତି। ଏପରି କହି ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ।ପ୍ରସନ୍ନ ଆଚାର୍ୟ୍ୟ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି। ସାମ୍ବିଧାନିକ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ମହିଳା ନିର୍ୟାତନା ଶୀର୍ଷରେ ଥିବା ବେଳେ ମହିଳା କମିଶନ ପଦବୀ ଖାଲି। ନ୍ୟାୟ ପାଇଁ ମହିଳାମାନେ କୁଆଡେ ଯିବେ। ଯଦି ସରକାର ମହିଳା କମିଶନ ନିଯୁକ୍ତି ଦେବେ ନାହିଁ, ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି କାହିଁକି ମହିଳା କମିଶନକୁ ବିଦା କଲେ। ରାଜ୍ୟରେ ମହିଳା କମିଶନ କାର୍ୟ୍ୟ କରୁନଥିବା ବେଳେ ରାଜ୍ୟରେ ମହିଳାମାନଙ୍କର କି ଦୟନୀୟ ପରିସ୍ଥିତି ତାହା ଲୋକେ ବୁଝିଲେଣି। ଶିଶୁ କମିଶନ ବି ଖାଲି। ରାଜ୍ୟରେ ଶିଶୁ ନିର୍ୟାତନା ଓ ନିଖୋଜ ବି ବଢ଼ିଛି।ବିଜେପି ସରକାର ଯୋଜନା ବୋର୍ଡ ଗଠନ କରିନାହିଁ। ଜିଲ୍ଲା ଯୋଜନା ବୋର୍ଡ ବି ନାହିଁ। ଜିଲ୍ଲା ଯୋଜନା ବୋର୍ଡ ଜରିଆରେ ବ୍ଲଲକୁ ବିଭିନ୍ନ ବାବଦରେ ଟଙ୍କା ଯାଏ। ତାହା ବି ଯାଉନାହିଁ। ବିକାଶ ସମ୍ପୁର୍ଣ୍ଣ ଠପ୍ ହୋଇଛି। ବିକାଶ ନେଇ ସରକାର ବାହସ୍ପୋଟ ମାରୁଛନ୍ତି । ନୂଆ ସରକାର ସମୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ଆଖି ଦୃଶିଆଟଙ୍କା ଯାଇନାହିଁ। ଟଙ୍କା ଯାଉନାହିଁ, କି ଟଙ୍କା ଖର୍ଚ୍ଚ ହେଉନାହିଁ। ରାଜ୍ୟରେ ଶାସନ ବ୍ୟବସ୍ଥା ଢିଲା ହୋଇଯାଇଛି। କେବଳ ସୁଭଦ୍ରା ଟଙ୍କା ଦେଲେ ଓଡ଼ିଶାର ବିକାଶ ହେବ ନାହିଁ । ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି।

  • Garvita Odia

    Related Posts

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ନେଇ ବିରୋଧୀଙ୍କ ଟାର୍ଗେଟ । ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି । ଦଳ ପୁରା ଡରିଯାଇଛି । ତେଣୁ ଆଗାମୀ ଛାତ୍ର ସଂସଦ ନିର୍ବାଚନ ହାରିବ ବୋଲି ଉଭୟ କଂଗ୍ରେସ…

    ଅପରେସନ ସିନ୍ଦୂର ବିତର୍କ: ବିଜେଡିର ଷ୍ଟାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ

    ଭୁବନେଶ୍ବର : ସଂସଦରେ ଅପରେସନ ସିନ୍ଦୂର ଉପରେ ମହା ବିତର୍କ ଆଉ ଓଡ଼ିଶାରେ ଏହାକୁ ନେଇ ରାଜନୈତିକ ବାଦ ବିବାଦ ।ରାଜ୍ୟସଭାରେ ଅପରେସନ ସିନ୍ଦୂର ଆଲୋଚନା ବେଳେ ବିଜେଡିର ଷ୍ଟାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଅପରେସନ…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍