ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି : ପ୍ରସନ୍ନ ଆଚାର୍ୟ୍ୟ

ଭୁବନେଶ୍ବର : ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ରାଜ୍ୟର ବିକାଶ କାର୍ୟ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଗାଁରେ କିଛି କାମ ହେଉନାହିଁ। ସରକାର କାମ ପାଇଁ ଟଙ୍କା ଦେଉନାହାଁନ୍ତି, ଯାହା ଟଙ୍କା ଅଛି କିଛି ଖର୍ଚ୍ଚ ବି ହେଉନାହିଁ। ଏ ସରକାର କେବଳ ବାହାସ୍ପୋଟ ମାରୁଛନ୍ତି। ଏପରି କହି ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ।ପ୍ରସନ୍ନ ଆଚାର୍ୟ୍ୟ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି। ସାମ୍ବିଧାନିକ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ମହିଳା ନିର୍ୟାତନା ଶୀର୍ଷରେ ଥିବା ବେଳେ ମହିଳା କମିଶନ ପଦବୀ ଖାଲି। ନ୍ୟାୟ ପାଇଁ ମହିଳାମାନେ କୁଆଡେ ଯିବେ। ଯଦି ସରକାର ମହିଳା କମିଶନ ନିଯୁକ୍ତି ଦେବେ ନାହିଁ, ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି କାହିଁକି ମହିଳା କମିଶନକୁ ବିଦା କଲେ। ରାଜ୍ୟରେ ମହିଳା କମିଶନ କାର୍ୟ୍ୟ କରୁନଥିବା ବେଳେ ରାଜ୍ୟରେ ମହିଳାମାନଙ୍କର କି ଦୟନୀୟ ପରିସ୍ଥିତି ତାହା ଲୋକେ ବୁଝିଲେଣି। ଶିଶୁ କମିଶନ ବି ଖାଲି। ରାଜ୍ୟରେ ଶିଶୁ ନିର୍ୟାତନା ଓ ନିଖୋଜ ବି ବଢ଼ିଛି।ବିଜେପି ସରକାର ଯୋଜନା ବୋର୍ଡ ଗଠନ କରିନାହିଁ। ଜିଲ୍ଲା ଯୋଜନା ବୋର୍ଡ ବି ନାହିଁ। ଜିଲ୍ଲା ଯୋଜନା ବୋର୍ଡ ଜରିଆରେ ବ୍ଲଲକୁ ବିଭିନ୍ନ ବାବଦରେ ଟଙ୍କା ଯାଏ। ତାହା ବି ଯାଉନାହିଁ। ବିକାଶ ସମ୍ପୁର୍ଣ୍ଣ ଠପ୍ ହୋଇଛି। ବିକାଶ ନେଇ ସରକାର ବାହସ୍ପୋଟ ମାରୁଛନ୍ତି । ନୂଆ ସରକାର ସମୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ଆଖି ଦୃଶିଆଟଙ୍କା ଯାଇନାହିଁ। ଟଙ୍କା ଯାଉନାହିଁ, କି ଟଙ୍କା ଖର୍ଚ୍ଚ ହେଉନାହିଁ। ରାଜ୍ୟରେ ଶାସନ ବ୍ୟବସ୍ଥା ଢିଲା ହୋଇଯାଇଛି। କେବଳ ସୁଭଦ୍ରା ଟଙ୍କା ଦେଲେ ଓଡ଼ିଶାର ବିକାଶ ହେବ ନାହିଁ । ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି।

  • Related Posts

    ବନ୍ଦକୁ ଜନସମର୍ଥନ ମିଳିଛି : ଭକ୍ତ

    ଭୁବନେଶ୍ୱର, ୮ ।୧୦ : ଚାରିଟି ଗୁରୁତ୍ୱପୂର୍ଣ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ଜନସମର୍ଥନ ମିଳିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର…

    Continue reading
    ପଶ୍ଚିମ ଓଡ଼ିଶାରେ ରାସ୍ତାରୋକ ଏବଂ ପିକେଟିଂ, ଲୋକେ ହନ୍ତସନ୍ତ

    ସମ୍ବଲପୁର/ଝାରସୁଗୁଡ଼ା/ନୂଆପଡ଼ା: INDIA ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ପଡ଼ିଛି । ରାସ୍ତା ଅବରୋଧ ଓ ପିକେଟିଂ ଯୋଗୁଁ ବସ୍‌, ଟ୍ରକ୍‌, ଅଟୋ ସମେତ ଅନେକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ବଜାର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ