ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ: ସିଡି ରେସିଓକୁ ଉନ୍ନତ କରିବା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର:ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ( ଏସଏଲବିସି) ର ୧୮୦ତମ ବୈଠକ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଅଶ୍ଵିନୀ କୁମାରଙ୍କ ସହ-ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସମସ୍ତ ବ୍ୟାଙ୍କକୁ ୨୦୩୬ ଏବଂ ୨୦୪୭ ଭିଜନ ଡକ୍ୟୁମେଣ୍ଟରେ ଓଡ଼ିଶା ପାଇଁ ଧାର୍ୟ୍ୟ ଲକ୍ଷ୍ୟ ଅନୁସାରେ ଋଣ ଯୋଗାଇଦେଇ ମୋଟ ଘରୋଇ ଉତ୍ପାଦ ଅନୁପାତକୁ ଉନ୍ନତ ଓ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି ।
ରାଜ୍ୟର ଦୁର୍ବଳ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକର ଋଣ ଓ ଜମାରାଶି ଅନୁପାତ ( ସିଡି ରେସିଓ)କୁ ଉନ୍ନତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ଉପଭୋକ୍ତା ଅନୁକୂଳ ଏବଂ ବୋଧଗମ୍ୟ କରିବା ପାଇଁ ସେ ସମସ୍ତ ବ୍ୟାଙ୍କକୁ କେବଳ ଓଡ଼ିଆ ଭାଷାରେ ସମସ୍ତ ହିତାଧିକାରୀଙ୍କୁ ଏସଏମଏସ୍ ବାର୍ତ୍ତା ପଠାଇବାକୁ ପରାମର୍ଶ ଦେଇଛନ୍ତି । ସ୍ୱଚ୍ଛତା ବୃଦ୍ଧି କରିବା, ଡୁପ୍ଲିକେସନ୍ ହ୍ରାସ କରିବା ଏବଂ ଆର୍ଥିକ ଇକୋସିଷ୍ଟମରେ ବ୍ୟବସାୟ କରିବାର ସହଜତାକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସିକେଓ୍ୱାଇସି (ସେଣ୍ଟ୍ରାଲ ନୋ ୟୋର କଷ୍ଟମର) କୁ ପ୍ରୋତ୍ସାହିତ କରିବେ । ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ଶୀତଳ ଭଣ୍ଡାର ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ୟ୍ୟ ଘର ମାଗଣା ବିଜୁଳି ଯୋଜନା, ପି-ଏମ୍ ସ୍ୱନିଧି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପିଏମଏମଓ୍ୱାଇ ଭଳି ପ୍ରମୁଖ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିକ୍ଷା, ଗୃହ ଏବଂ ରପ୍ତାନି କ୍ଷେତ୍ରରେ ପର୍ୟ୍ୟାପ୍ତ ଋଣ ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରାଯାଇଥିଲା। ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ଯଥାଶୀଘ୍ର ସିଏସ୍ପି ପ୍ଲସ୍ ଆଉଟଲେଟ୍ ଖୋଲିବା ଏବଂ ଆଉଟଲେଟ୍ଗୁଡ଼ିକର କାର୍ୟ୍ୟଦକ୍ଷତା ତଦାରଖ କରିବା ପାଇଁ ସହଯୋଗୀ ବ୍ୟାଙ୍କ ଏସିବିଆଇ, ବିଏନବି, ୟୁବିଆଇ, ୟୁକୋ ବ୍ୟାଙ୍କ , ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦାଙ୍କୁ ଅନୁରୋଧ କରାଯାଇଥିଲା। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରମୁଖ ଧ୍ୟାନକେନ୍ଦ୍ରିତ କ୍ଷେତ୍ରଗୁଡ଼ିକୁ ଦ୍ରୁଷ୍ଟି ରେ ରଖି, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ, ୨୦୩୬ ଏବଂ ୨୦୪୭କୁ ଦୃଷ୍ଟିରେ ରଖି ଋଣ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଗୃହ, ଶିକ୍ଷା, ଏମ୍ଏସଏମ୍ଇ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକୁ ଋଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ଅଂଶୀଦାର ବ୍ୟାଙ୍କଗୁଡ଼ିକୁ ବ୍ୟାଙ୍କ ନଥିବା ଅବଶିଷ୍ଟ ଗ୍ରାମ ପଞ୍ଚାୟତଗୁଡ଼ିକରେ ସିଏସପି ପ୍ଲସ୍ ଆଉଟଲେଟ୍ ନିର୍ଦ୍ଧାରିତ ସମୟସୀମା ସେପ୍ଟେମ୍ବର ୩୦ ସୁଦ୍ଧା ଖୋଲିବା ଓ ଖୋଲା ଯାଇଥିବା ଆଉଟଲେଟ୍ଗୁଡ଼ିକର କାର୍ୟ୍ୟଦକ୍ଷତା ତଦାରଖ କରିବାକୁ ଅନୁରୋଧ କରିଥିଲେ।
ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି, ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ସୂଚନା ଦେଇଛନ୍ତି ଯେ ୨୦୨୫-୨୦୨୬ ଆର୍ଥିକ ବର୍ଷ ପାଇଁ ବାର୍ଷିକ କ୍ରେଡିଟ ପ୍ଲାନ ଅଧୀନରେ ବାର୍ଷିକ ଲକ୍ଷ୍ୟ ୨,୫୨,୦୯୫.୬୬ କୋଟି ଟଙ୍କା ରଖାଯାଇଛି ଏହି ଅନୁଯାୟୀ ସମସ୍ତ ବ୍ୟାଙ୍କ ଜୁନ ଶେଷ ସୁଦ୍ଧା ୬୧,୪୧୨.୭୬ କୋଟି ଟଙ୍କାର ଲକ୍ଷ୍ୟ ହାସଲ କରିଛନ୍ତି । ଏହା ଏସିପି ଲକ୍ଷ୍ୟର ୨୪.୩୬%।
ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜିବ କୁମାର ମିଶ୍ର ବ୍ୟାଙ୍କଗୁଡ଼ିକୁ ସ୍ୱଚ୍ଛତା ବୃଦ୍ଧି କରିବା, ଡୁପ୍ଲିକେସନ୍ ହ୍ରାସ କରିବା ଏବଂ ଆର୍ଥିକ ଇକୋସିଷ୍ଟମରେ ବ୍ୟବସାୟକୁ ସରଳ ତଥା ଉନ୍ନତ କରିବା ପାଇଁ ସେଣ୍ଟ୍ରାଲ ନୋ ୟୋର କଷ୍ଟମରର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ।
ଆଞ୍ଚଳିକ ନିର୍ଦ୍ଦେଶକ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ୱର, ଡକ୍ଟର ଶାରଦା ପ୍ରସନ୍ନ ମହାନ୍ତି ସାଇବର ଏବଂ ଡିଜିଟାଲ ଠକେଇ, ମୁଲ୍ ଆକାଉଣ୍ଟସ୍ ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ ୦୧.୦୭.୨୦୨୫ ରୁ ୩୦.୦୯.୨୦୨୫ ପର୍ୟ୍ୟନ୍ତ ଚଳିତ ବର୍ଷର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ ଅନ୍ତର୍ଗତ ପୁନଃ-କେୱାଇସି କରିବାରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ।
କୃଷି ଏବଂ କୃଷକ ସଶକ୍ତିକରଣର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ, ଶ୍ରୀ ସୁରେଶ କୁମାର ବଶିଷ୍ଠ, ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଡି.ପ୍ରଶାନ୍ତ କୁମାର ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ଏବଂ କ୍ରେଡିଟ୍ ଲିଙ୍କ୍ଡ୍ ଯୋଜନା ଏବଂ ବ୍ୟାଙ୍କଗୁଡ଼ିକ ସହିତ ଏହାର ପ୍ରଭାବଶାଳୀ କାର୍ୟ୍ୟାନ୍ୱୟନ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସଂଯୋଜକ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀବୃନ୍ଦ, ନାବାର୍ଡ ଓ ସମସ୍ତ ବ୍ୟାଙ୍କର ଆଞ୍ଚଳିକ ନିୟନ୍ତ୍ରଣ ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

  • Related Posts

    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading
    ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

    * ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ