ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମନମୁଣ୍ଡା: ବଲାଙ୍ଗୀର-ଖୋର୍ଦ୍ଧା ରେଲୱେ ଲାଇନ୍‌ରେ ପ୍ରଥମ ମୃତ୍ୟୁ। ଶୁକ୍ରବାର ସକାଳେ ମନମୁଣ୍ଡା ଥାନା ପୁରୁଣାପାଣି ରେଳ ଷ୍ଟେସନ ପାଖ ସାନ ଡୁଙ୍ଗୁରିପାଲି ଓଭରବ୍ରିଜ୍ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ଗୋଡ଼ କଟି ଯାଇଛି। ମୃତକ ପୁରୁଣାପାଣି ଗ୍ରାମର ନରେନ୍ଦ୍ର ବେହେରା (୨୫ ବର୍ଷ) ବୋଲି ଜଣାପଡ଼ିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଆଇଆଇସି ଅଞ୍ଜଳି ବିଶ୍ଵାଳଙ୍କ ନିର୍ଦ୍ଦେଶରେ ମନମୁଣ୍ଡା ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ପ୍ରକାଶ ଥାଉକି, କିଛି ଦିନ ତଳେ ଉକ୍ତ ରେଳ ଧାରଣାରେ ଜଣେ ନାବାଳକ ବିପଦସଙ୍କୁଳ ଅବସ୍ଥାରେ ଶୋଇଥିବା ଭିଡିଓ ଭାଇରାଲ୍ ହୋଇଥିଲା। ତା’ ଉପରେ ଟ୍ରେନ୍ ଯାଉଥିବା ଦୃଶ୍ୟ ଚାଞ୍ଚଲ୍ୟ ଖେଳାଇଥିଲା। ଏହି ଅଞ୍ଚଳରେ ପ୍ରଥମ ରେଳପଥ ହୋଇଥିବାରୁ ସଚେତନତା କାର୍ୟ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଥିଲା।

  • Garvita Odia

    Related Posts

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ