
ଭୁବନେଶ୍ୱର: ହାଇଭୋଲଟେଜ୍ ରାଜ୍ୟସଭା ଭୋଟିଂ। ଏବେ ସବୁଠୁ ରୋଚକ ମୋଡ଼। ସକାଳେ ଯିଏ କ୍ୟାମେରା ଆଗରେ ବୟାନ ଦେଉଥିଲେ, ଅପରାହ୍ନରେ ସେ ପାଲଟିଯାଇଛନ୍ତି ସମ୍ପୂର୍ଣ୍ଣ ‘ମୌନ’। ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କୁ ନେଇ ଏବେ ବିଧାନସଭା ପରିସରରେ ଚର୍ଚ୍ଚା ଜୋର ଧରିଛି।
ପତ୍ନୀଙ୍କୁ ଧରି ଭୋଟ୍ ଦେବାକୁ ପହଞ୍ଚିଥିଲେ ସୌଭିକ, ହେଲେ ସେ ନିଜେ ମୁହଁ ନଖୋଲି ସବୁ କଥା ପତ୍ନୀଙ୍କ ଉପରେ ଛାଡ଼ି ଦେଇଥିଲେ। ସୌଭିକଙ୍କ ବଦଳରେ ତାଙ୍କ ପତ୍ନୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ସୌଭିକ ଆଜି ମୌନ ବ୍ରତ କରିଛନ୍ତି!ସକାଳର ସେହି ସକ୍ରିୟ ସୌଭିକ ଅପରାହ୍ନରେ ଏମିତି ନିଶବ୍ଦ ହୋଇଯିବାକୁ ନେଇ ଏବେ ଚାଲିଛି ଜୋରଦାର ଗପସପ। ସକାଳେ SCB ମେଡିକାଲରେ ଉପରେ ପ୍ରତିକ୍ରିୟା ରଖିଥିଲେ ସୌଭିକ। ବିଧାନସଭା ଆସିଲା ବେଳେ ହଠାତ ଏମିତି କ’ଣ ହୋଇଗଲା ଯେ, ଚୁପ୍ ହୋଇଗଲେ। ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।




