ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

ଭୁବନେଶ୍ୱର: ଆଜି ଜଣେ ଲାଞ୍ଚୁଆ ଯୁବ ସରକାରୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କ ନାଁ ସୌରଭ ତ୍ରିପାଠୀ।ଗିରଫ ଶ୍ରୀ ତ୍ରିପାଠୀ ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସରେ ଜୁନିଅର୍ ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ଭାବେ ନିଯୁକ୍ତ ହୋଇଛନ୍ତି।ଏକ ସାର୍ଟିଫିକେଟ୍‌ ମାମଲା ଦୀର୍ଘଦିନରୁ ପଡ଼ି ରହିଥିବା ବେଳେ ଫାଇଲ ପ୍ରୋସେସିଂ ପାଇଁ ଅଭିଯୋଗକାରୀଙ୍କ (ଭିଜିଲାନ୍ସରେ ଅଭିଯୋଗ କରିଥିବା ବ୍ୟକ୍ତି)ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଜେଆରଏ ସୌରଭ ତ୍ରିପାଠୀ।କାମଟିକୁ କରିଦେବାକୁ ତାଙ୍କୁ ବାରମ୍ବାର ବହୁ ଅନୁରୋଧ କରିଥିଲେ ଅଭିଯୋଗକାରୀ। କିନ୍ତୁ ଶ୍ରୀ ତ୍ରିପାଠୀ ଆଦୌ ଶୁଣି ନଥିଲେ। ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଯୋଜନା ପ୍ରକାରେ ଆଜି ଅଭିଯୋଗକାରୀ ଶ୍ରୀ ତ୍ରିପାଠୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ସେମାନେ ଶ୍ରୀ ତ୍ରିପାଠୀଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି।ଜେଆରଏ ଶ୍ରୀ ତ୍ରିପାଠୀଙ୍କୁ ନିଜ ହେପାଜତକୁ ନେବା ପରେ ଭିଜିଲାନ୍ସ ତାଙ୍କର ଦୁଇଟି ଠିକଣା ଉପରେ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ତଦନ୍ତ ଜାରି ରହିଛି।

  • Garvita Odia

    Related Posts

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ