ଲିଫ୍ଟରେ ଭିତରେ ୩ଘଣ୍ଟା

ଅନୁଗୋଳ,16।09: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଟ୍ରମା କେୟାର ୟୁନିଟ୍‌ର ଲିଫ୍ଟରେ ଜଣେ ରୋଗୀ ୩ଘଣ୍ଟା ଫସି ରହିଥିବା ଜଣାପଡିଛି। ରବିବାର ଅପରାହ୍ଣ ୫ଟାରେ ଟ୍ରମା କେୟାର ହସ୍ପିଟାଲ ନୂତନ ଗୃହ ଲିଫ୍ଟରେ ଜଣେ ରୋଗୀ ପ୍ରଥମ ମହଲାକୁ ଯିବାବେଳେ ଲିଫ୍ଟଟି ହଠାତ ବନ୍ଦ ହୋଇଯାଇଥିଲା। ଯାହାଫଳରେ ରୋଗୀ ଜଣକ ଲିଫ୍ଟ ମଧ୍ୟରେ ରହିଯାଇଥିଲେ। ଲିଫ୍ଟରୁ ବାହାରିବା ପାଇଁ ଚିତ୍କାର କରିଥିଲେ ମଧ୍ୟ ବାହାରକୁ ଶୁଭିନଥିଲା। ତାଙ୍କର ମୋବାଇଲ ଫୋନ୍ ନେଟୱର୍କ ପାଇନଥିଲା। ୩ଘଣ୍ଟା ଧରି ଲିଫ୍ଟରେ ଅଟକି ରହିବା ପରେ ଜଣେ ବନ୍ଧୁଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇପାରିଥିଲା। ସେ ବନ୍ଧୁ ଜଣକ ଆସିବା ପରେ ତାଙ୍କୁ ଲିଫ୍ଟ ଭିତରୁ ଉଦ୍ଧାର କରାଯାଇଥିଲା। ଟ୍ରମାକେୟାର ବହିର୍ବିଭାଗ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲାଯାଇଥାଏ। ସମ୍ପୃକ୍ତ ରୋଗୀ ଏହା ଜାଣିପାରିନଥିଲେ। ଲିଫ୍ଟରେ ପ୍ରଥମ ମହଲାକୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଯିବା ସମୟରେ ଲାଇନ୍ ମ୍ୟାନ ଲିଫ୍ଟ ବନ୍ଦ୍ କରିଥିଲେ। ଲିଫ୍ଟ ବନ୍ଦ ହୋଇିଯବାରୁ ସେ ସେଥିରେ ଅଟକି ରହିଯାଇଥିଲେ।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ