ଲୁହା କଡେ଼ଇରେ ଖାଦ୍ୟ ରାନ୍ଧୁଥିଲେ ସାବଧାନ !

ରୋଷେଇ କରିବା ସମୟରେ ଜାଣତରେ କିମ୍ବା ଅଜାଣତରେ ଆମେ ଅନେକ ଭୁଲ୍ କରିଥାଉ । ଏହି ଭୁଲ୍ ଗୁଡିକ ମଧ୍ୟରୁ କେତେକ ଏପରି ଅଛି ଯାହା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଏହି କାରଣରୁ ଯେତେବେଳେ ବି କଥା ଖାଦ୍ୟ ବିଷୟରେ ଆସେ ଆମକୁ ସମସ୍ତ ଜରୁରୀ ସୂଚନା ବିଷୟରେ ଜଣାଥିବ ନିହାତି ଆବଶ୍ୟକ । ନଚେତ ପରବର୍ତ୍ତୀ ସମୟରେ ଆମ ଦ୍ୱାରା କରାଯାଇଥିବା କିଛି ଅସାବଧାନତା ଶରୀରରେ ରୋଗର କାରଣ ହୋଇଯାଏ । ଏହିପରି ଗୋଟିଏ ଭୁଲ ଅଛି ଯାହା ଅଧିକାଂଶ ଲୋକ କରୁଥିବା ଦେଖାଯାଉଛି। ସେହି ଭୁଲ ହେଉଛି ‘ଲୁହା କଡେଇରେ ଖାଦ୍ୟ ପ୍ରସ୍ତୁତ କରିବା’ । ପନିପରିବା ତରକାରି ତିଆରି କରିବା ପାଇଁ ଅନେକ ଲୋକ ଲୁହା କଡେଇ ବ୍ୟବହାର କରନ୍ତି । କିନ୍ତୁ ଆପଣଙ୍କୁ ବୋଧହୁଏ ଜଣାନାହିଁ ଯେ ସମସ୍ତ ପନିପରିବା ତିଆରି କରିବା ପାଇଁ ଏହା ସଠିକ୍ ପାତ୍ର ନୁହେଁ। ଆସନ୍ତୁ ଜାଣିବା କେଉଁ ପନିପରିବାକୁ ଏହି ପ୍ୟାନରେ ରାନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍ ଏବଂ କାହିଁକି ?

ଟମାଟୋ
ଟମାଟୋରେ ଏସିଟିକ ରହିଥାଏ । ଯେତେବେଳେ ଏହାକୁ ଏକ ଲୁହା କଡେଇରେ ରନ୍ଧାଯାଏ , ଏହା ଲୌହ ସହିତ ପ୍ରତିକ୍ରିୟା କରିପାରେ, ଅର୍ଥାତ୍ ଏହା ଖାଦ୍ୟରେ ଧାତବ ସ୍ୱାଦ ସୃଷ୍ଟି କରିପାରେ । ଟମାଟୋ ସହିତ ଜଡିତ ଜିନିଷ ତିଆରି କରିବା ପାଇଁ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ ।

ତେନ୍ତୁଳି
ଟମାଟୋ ପରି, ତେନ୍ତୁଳି ମଧ୍ୟ ଅତ୍ୟଧିକ ଅମ୍ଳୀୟ । ଯେତେବେଳେ ଏହାକୁ ଏକ ଲୁହା କଡେଇରେ ରନ୍ଧାଯାଏ , ଏହା ଖାଦ୍ୟର ମୂଳ ରଙ୍ଗକୁ ନଷ୍ଟ କରିଥାଏ ଏବଂ ଖାଦ୍ୟ ଖାଇବାବେଳେ ଧାତୁ ଭଳି ସ୍ୱାଦ ଆସିଥାଏ । ତେନ୍ତୁଳି ସହ ଜଡିତ ଖାଦ୍ୟ ରାନ୍ଧିବା ପାଇଁ ଆପଣ ଆଲୁମିନିୟମ୍‌ ପାତ୍ର କିମ୍ବା ମାଟି ପାତ୍ରର ବ୍ୟବହାର କରିପାରିବେ ।

ପାଳଙ୍ଗ
ଅନେକ ଲୋକ ଜାଣି ନାହାଁନ୍ତି ଯେ ପାଳଙ୍ଗରେ ଅକ୍ସାଲିକ୍ ଏସିଡ ଭରପୂର ମାତ୍ରାରେ ରହିଛି । ଯେତେବେଳେ ଲୁହା କଡେଇରେ ରୋଷେଇ କରାଯାଏ ପାଳଙ୍ଗର ମୂଳ ରଙ୍ଗ ନଷ୍ଟ ହୋଇଯାଏ ଏବଂ ଏହା ସବୁଜ ବଦଳରେ କଳା ହୋଇଯାଏ।

ଲେମ୍ବୁ
ଲେମ୍ବୁକୁ ମଧ୍ୟ ଅମ୍ଳୀୟ ଭାବରେ ବିବେଚନା କରାଯାଏ । ଯେତେବେଳେ ଏହାକୁ ଲୁହା କଡେଇରେ ରନ୍ଧା ହୋଇଥିବା ପନିପରିବାରେ ମିଶାଇ ପ୍ରସ୍ତୁତ କରାଯାଏ ସେତେବେଳେ ପନିପରିବାର ସ୍ୱାଦ ତିକ୍ତ ହୋଇଯାଏ । ଏହି କାରଣରୁ ଲୁହା କଡେଇରେ ରାନ୍ଧିବା ଠାରୁ ବିରତ ରୁହନ୍ତୁ ।

ବିଟ୍ ରୁଟ୍
ବିଟ୍ ରୁଟରେ ଲୌହର ପରିମାଣ ଅଧିକ ଥାଏ । ଯେତେବେଳେ ଏହାକୁ ରାନ୍ଧିବା ପାଇଁ କଡେଇର ବ୍ୟବହାର କରାଯାଏ ଏହା ଲୁହା ସହିତ ପ୍ରତିକ୍ରିୟା କରେ, ଯେଉଁ କାରଣରୁ ଖାଦ୍ୟ ଏହାର ମୂଳ ରଙ୍ଗ ହରାଇଥାଏ ।

କଡି
ଲୁହା କଡେଇରେ କଡି କିମ୍ବା ରସମ ବନାନ୍ତୁ ନାହିଁ । କାହିଁକିନା ଅମ୍ଳୀୟ ଜିନିଷ ସହିତ ଲୌହର ପ୍ରତିକ୍ରିୟା ପରେ ଖାଦ୍ୟ ନଷ୍ଟ ହୋଇପାରେ। ଏହାସହିତ ଖାଦ୍ୟର ଟେଷ୍ଟ ମଧ୍ୟ ଖରାପ କରିପାରେ ।

  • Related Posts

    ଖରାଦିନରେ ନିଅନ୍ତୁ ନିଜର ଯତ୍ନ

    ରାଜ୍ୟରେ ଖରା ଓ ଗୁଳୁଗୁଳିର ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେପରି ତତଲା କଡେ଼ଇରେ ସନ୍ତୁଳି ହେଉଛି ଜନଜୀବନ । ପଶୁପକ୍ଷୀଙ୍କ ଠାରୁ ନେଇ ଗଛଲତା ଓ ମଣିଷ ସବୁଠି ହାହାକାର । ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ତେଣୁ…

    Continue reading
    ଅଧିକ ପିଆଜ ଖାଉଥିଲେ ସାବଧାନ !

    ପ୍ରାୟ ପ୍ରତ୍ୟେକ ଘରେ ଖାଦ୍ୟରେ ପିଆଜ ବ୍ୟବହାର କରାଯାଏ । ପିଆଜ ବିନା ଯେମିତି ଖାଦ୍ୟ ସ୍ୱାଦ ହିନ ଲାଗିଥାଏ । ଡାଲିରେ ତାପମାତ୍ରା ଠାରୁ ଆରମ୍ଭ କରି ପନିପରିବାରେ ମିଶାଇବା ପର୍ଯ୍ୟନ୍ତ ପ୍ରତ୍ୟେକ ଖାଦ୍ୟରେ ପିଆଜ ବ୍ୟବହୃତ ହୁଏ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ