ଶଙ୍କର ପୃଷ୍ଟିକୁ ଭୁବନେଶ୍ଵର ଆଣିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଭୁବନେଶ୍ଵରରେ ପହଞ୍ଚିଲା ପୁଲିସ୍‌ ଏସ୍‌ଆଇ ସ୍କାମ୍‌ର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। କ୍ରାଇମ୍‌ବ୍ରାଞ୍ଚ ବିମାନରେ ଶଙ୍କରକୁ ନୂଆଦିଲ୍ଲୀରୁ ଭୁବନେଶ୍ଵର ଆଣି ସିଧାସଳଖ କ୍ରାଇମବ୍ରାଞ୍ଚ ଅଫିସ୍‌ କୁ ନେଇଛି। ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଶଙ୍କରକୁ ଗିରଫ କରିଥିଲା। ପୁଲିସ୍‌ ଏସ୍‌ଆଇ ସ୍କାମ୍ ଜଣାପଡିବା ପରେ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି। ଦୁବାଇ ଯିବାକୁ ଯୋଜନା କରିବାବେଳେ କ୍ରାଇମବ୍ରାଞ୍ଚ ଦ୍ଵାରା ଗିରଫ ହୋଇଛି।
ଶଙ୍କରଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡିଛି। ଶଙ୍କରକୁ ଜେରା କରିବା ପରେ ଏହି ମହାଦୁର୍ନୀତିର ଗୁମର ଖୋଲିବ ବୋଲି ତଦନ୍ତକାରୀ ସଂସ୍ଥା ଆଶା ବାନ୍ଧିଛି। ଘଟଣା ପଦାକୁ ଆସିବା ପରଠୁ ଶଙ୍କର ଫେରାର ଥିଲା। ତାକୁ ଧରିବା ଲାଗି କ୍ରାଇମବ୍ରାଞ୍ଚର ତିନିଟି ଦଳ ରାଜ୍ୟ ବାହାରେ ଡେରା ପକାଇଥିଲେ। ଶେଷରେ ତଦନ୍ତକାରୀ ଦଳ ଅଭିଯୁକ୍ତ ଶଙ୍କରକୁ ଧରିଥିଲେ। ଅନ୍ୟପଟେ ମାମଲାକୁ ସରକାର ମଧ୍ୟ ଗୁରୁତର ସହ ଗ୍ରହଣ କରିଥିଲେ। ଘଟଣାର ତଦନ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ସିବିଆଇକୁ ସୁପାରିସ କରିଥିଲେ। ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଶଙ୍କର ବ୍ରହ୍ମପୁର, ବାଲେଶ୍ବର ଓ ଭୁବନେଶ୍ବର ରଘୁନାଥପୁରରେ ଅଫିସ ଖୋଲି ବେନାମି ନିଯୁକ୍ତି ସଂସ୍ଥା ଚଳାଇଥିଲା। ଶଙ୍କର ସମେତ ୧୦ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ତଦନ୍ତକାରୀ ସଂସ୍ଥା ଜବତ କରି ତଦନ୍ତ ଜାରି ରଖିଛି। ସେମାନଙ୍କ ଆକାଉଣ୍ଟର କିଛି ବର୍ଷର ତଥ୍ୟ ଦେବା ଲାଗି ବିଭିନ୍ନ ବ୍ୟାଙ୍କକୁ କ୍ରାଇମବ୍ରାଞ୍ଚ ଚିଠି ଲେଖି ସାରିଛି। ଅର୍ଥ କାରବାରରୁ ଏହି ରାକେଟ କେତେବର୍ଷ ହେବ ଚାଲିଥିଲା, ଏମାନେ କେତେ ଟଙ୍କା ଏବାବଦରେ ରୋଜଗାର କରିଛନ୍ତି, ଏସବୁର ତଥ୍ୟ ହାତେଇବାକୁ କ୍ରାଇମବ୍ରାଞ୍ଚ ଚେଷ୍ଟା ଚଳାଇଛି।
ଏଥିସହ ଗିରଫ ଦଲାଲଙ୍କଠାରୁ ଜବତ ମୋବାଇଲ ଫୋନ୍‌ ଯାଞ୍ଚ କରିବା ଲାଗି ଲ୍ୟାବ୍‌କୁ ପଠାଇଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରି ବେନାମୀ ସଂସ୍ଥାରୁ ଜବତ ହାର୍ଡଡିସ୍କରୁ କିଛି ତଥ୍ୟ ପାଇବାକୁ ମଧ୍ୟ ପରୀକ୍ଷା ନୀରିକ୍ଷା ଲାଗି ତଦନ୍ତକାରୀ ସଂସ୍ଥା ପ୍ରକ୍ରିୟା ଆରମ୍ଭ କରିଛି।

  • Related Posts

    ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ

    ଯାଜପୁର ସଦର: ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ସୂଚନା ଅନୁସାରେ, ସୋମବାର ରାତିରେ ଯାଜପୁର ସହରର…

    Continue reading
    ମାନସିକ ବିକାରଗସ୍ତ ଯୁବତୀକୁ ଦୁଷ୍କର୍ମ

    ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଥାନା ଗାଙ୍ଗପଡା ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମାନସିକ ବିକାରଗସ୍ତ ଯୁବତୀକୁ ସେହି ଗ୍ରାମର ଜନୈକ ଯୁବକ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସ ଘଟଣାରେ ଏକ ମାମଲା ରୁଜୁ ଅଭିଯୁକ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ