ଶିକ୍ଷାନୁଷ୍ଠାନଗୁଡିକରେ ହେବ ସ୍ପଟ୍‌ ଆଡ୍‌ମିଶନ

ଭୁବନେଶ୍ୱର: ଛାତ୍ରୀଛାତ୍ର, ଅଭିଭାବକ ତଥା ଶୈକ୍ଷିକ ସମାଜର ଆଗ୍ରହକ୍ରମେ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ୭୮,୦୬୦ ସିଟ୍‌ରେ ସ୍ପଟ୍‌ ଆଡ୍‌ମିଶନ ହେବ। ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି) ଏବଂ ଦୁଇ ବର୍ଷିଆ ବି.ଏଡ୍‌/ ଏମ୍‌.ଏଡ୍‌ ପାଠ୍ୟକ୍ରମ ନିମନ୍ତେ ସାମ୍ସ ପୋର୍ଟାଲ ମାଧ୍ୟମରେ ଏହି ଆଡ୍‌ମିଶନ କରାଯିବ। ଆସନ୍ତା ୧୧ରୁ ୧୫ ତାରିଖ ମଧ୍ୟରେ ନାମଲେଖା ପାଇଁ ଆବେଦନ କରାଯିବ। ୧୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ ଓ ୨୧ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ତେବେ ପିଜି, ବି.ଏଡ୍‌/ ଏମ୍‌.ଏଡ୍‌ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇ ର଼୍ୟାଙ୍କ୍‌ ପାଇଥିବା ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ବିଭାଗୀୟ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ସୂଚନାନୁସାରେ, ରାଜ୍ୟର ମୋଟ ୧୦୫୮ କଲେଜରେ ୟୁଜି ପାଠ୍ୟକ୍ରମରେ ୨,୭୪,୩୪୩ ସିଟ୍‌ ରହିଥିବାବେଳେ ୨,୦୩୯୨୩ ସିଟ୍‌ରେ ନାମଲେଖା ହୋଇଛି ଓ ୭୦, ୪୨୦ ସିଟ୍‌ ଖାଲି ପଡ଼ିଛି। କଳା ବିଭାଗରେ ୨୭,୩୪୩ ସିଟ୍‌ ଖାଲି ରହିଥିବାବେଳେ ଫିଜିକାଲ୍‌ ସାଇନ୍ସରେ ୧୭,୨୬୧ ସିଟ୍‌, ବାୟୋଲୋଜିକାଲ ସାଇନ୍ସରେ ୬,୩୪୨ ସିଟ୍‌, ବାଣିଜ୍ୟରେ ୧୩,୯୫୨ ସିଟ୍‌, ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ୧,୯୩୬ ସିଟ୍‌ ଏବଂ ସଂସ୍କୃତରେ ୩,୫୮୨ ସିଟ୍‌ରେ ନାମଲେଖା ହୋଇନାହିଁ।
ସେହିପରି ପିଜି ପାଠ୍ୟକ୍ରମରେ ୧୧୬ଟି ଶିକ୍ଷାନୁଷ୍ଠାନରେ ୨୯୫୫୯ଟି ସିଟ୍‌ ରହିଥିବାବେଳେ ୨୧୯୭୫ଜଣ ପିଲା ନାମ ଲେଖାଇଛନ୍ତି ଏବଂ ୭,୫୮୪ ସିଟ୍‌ ଖାଲି ରହିଛି। ଦୁଇ ବର୍ଷିଆ ବିଏଡ୍‌/ ଏମ୍‌ଏଡ୍‌ /ବିଏଚ୍‌ଏଡ୍‌ ପାଠ୍ୟକ୍ରମ ଥିବା ୩୧ଟି ଶିକ୍ଷାନୁଷ୍ଠାନରେ ମୋଟ୍‌ ୨୭୫୦ଟି ସିଟ୍‌ରୁ ୨୬୯୪ ସିଟ୍‌ (ବି.ଏଡ୍‌ ୨୩୯୦, ଏମ୍‌.ଏଡ୍‌ ୧୨୫୧ ଏବଂ ବିଏଚ୍‌.ଏଡ୍‌ ୫୦ସିଟ୍‌)ରେ ନାମଲେଖା ହୋଇଛି ଏବଂ ୫୬ଟି ସିଟ୍‌ ଖାଲି ରହିଛି।

  • Related Posts

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ…

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଜୟପୁର: ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହର ଉପକଣ୍ଠ ବାଙ୍କବିଜାରେ ଆୟୋଜିତ ସମାବେଶରେ ଯୋଗଦେବେ । ୯ ତାରିଖ ପୂର୍ବାହ୍ଣରେ ମହିଳାଙ୍କୁ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । ଏହାକୁ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    State-level workshop on Mental Health held in Bhubaneswar