
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢି ମା ମନ୍ଦିର ପଥର କାନ୍ଥରେ ଆତଙ୍କବାଦୀ ଧମକପୂର୍ଣ୍ଣ ଲେଖାକୁ ନେଇ ପୁରୀ ଏସ୍ପି ପତିକ୍ରିୟା ମିଳିଛି। ଏସ୍ପି ପିନାକ ମିଶ୍ର କହିଛନ୍ତି ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି । କିଏ ଏବଂ କେଉଁ ଉଦେଶ୍ୟ ନେଇ ଏହି ଧମକ ପୂର୍ଣ୍ଣ ଲେଖା ଲେଖିଛି ସେ ନେଇ ତନାଘନା ଆରମ୍ଭ କରାଯାଇଛି । ସେଇ ପରିକ୍ରମା ମାର୍ଗରେ ଥିବା ସିସି ଟିଭି ଯାଞ୍ଚ କରାଯାଉଛି ଏବଂ ସ୍ୱତନ୍ତ୍ର ଟିମ ଘଟଣାର ଅନୁଧ୍ୟାନ କରୁଛନ୍ତି । ଯିଏ ଲେଖିଛି ସ୍ୱତ୍ରନ୍ତ୍ର ଟିମ ତାକୁ ଚିହ୍ନଟ କରିଲା ପରେ ସବୁ ସ୍ପଷ୍ଟ ହେବ ।
ସେଇ କାନ୍ଥରେ ଯେଉଁ ଟେଲିଫୋନ ନମ୍ବର ଲେଖାଯାଇଛି ତାହାର ମଧ୍ୟ ଯାଞ୍ଚ ହେଉଛି । କିଛି ତଥ୍ୟ ପୁଲିସର ହସ୍ତଗତ ହୋଇଛି ବୋଲି ପୁରୀ ଏସ୍ପି ପିନାକ ମିଶ୍ର କହିଛନ୍ତି। ପୁରୀ ପୁଲିସ ପ୍ରଶାସନ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରାଥମିକତା ଦେଉଛି। ଫୋଟୋ ଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯିବା ପରେ ତଦନ୍ତ ଆରମ୍ଭ ହୋଇ ଲେଖା ଗୁଡିକୁ ଲିଭାଯାଇଛି ବୋଲି ପୁରୀ ଏସପି ପିନାକ ମିଶ୍ର ପ୍ରତିକ୍ରିୟା ଦେବା ପରେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।




